ଖାକି ବର୍ଦ୍ଦିର ଦବଙ୍ଗଗିରି, ଥାନାକୁ ନ୍ୟାୟ ପାଇବାକୁ ଆସିଥିବା ସାହି ମୁଖିଆଙ୍କ ଉପରେ ପୋଲିସର ମାଡ଼

ଜଳେଶ୍ୱର (କେନ୍ୟୁଜ) : ନ୍ୟାୟ ଦୁଆରେ ଅନ୍ୟାୟର ଦୃଶ୍ୟ। ଥାନାକୁ ନ୍ୟାୟ ପାଇବାକୁ ଆସିଥିବା ସାହି ମୁଖିଆଙ୍କ ଉପରେ ଖାକି ବର୍ଦ୍ଦିର ଦବଙ୍ଗଗିରି। ଥାନା ଭିତରେ ସାହି ମୁଖିଆଙ୍କୁ ମାଡ ମାରୁଛନ୍ତି ପୋଲିସ ବାବୁ। ଖାକି ବର୍ଦ୍ଦିର ଦମରେ ଠେଲାପେଲା କରିବା ସହିତ ମାଡ ମାରୁଛନ୍ତି ସାହି ମୁଖିଆଙ୍କୁ। ଅନ୍ୟର ସମସ୍ୟାକୁ ସମାଧାନ କରିବାକୁ ଆସିଥିବା ସାହି ମୁଖିଆଙ୍କୁ ଥାନା ଭିତରେ ମାଡ ମାରିଲେ ପୋଲିସବାବୁ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନାର। ନ୍ୟାୟ ପାଇଁ ଥାନାକୁ ଆସିଥିବା ସାହି ମୁଖିଆଙ୍କୁ ଥାନା ଭିତରେ ପୋଲିସର ମାଡ଼ ମାରିଥିବା ହୋଇଛି ଅଭିଯୋଗ। ଥାନା ଭିତରେ ମାଡ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା ପଞ୍ଚାୟତର ସୁବର୍ଣ୍ଣ ମୁର୍ମୁଙ୍କର ଏକ ହଂସ, ଦେଉଳା ଗାଁର ଗାଲ ମୁର୍ମୁଙ୍କ ବିଲରେ ଚରୁଥିବାବେଳେ କୌଣସି କାରଣ ବଶତଃ ମରି ଯାଇଥିଲା।

ତେବେ ହଂସଟିକୁ ବିଷ ଦେଇ ମାରିଦେଇ ଥିବା ଅଭିଯୋଗ କରି ସୁବର୍ଣ୍ଣ ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ଉଭୟ ଗାଲ ମୁର୍ମୁଙ୍କ ଘରେ ପହଞ୍ଚି ତାଙ୍କୁ ଏବଂ ତାଙ୍କ ପୁଅକୁ ମାଡ଼ ମାରିଥିଲେ। କିନ୍ତୁ ବିନା କୌଣସି କାରଣରୁ ମାଡ ମାରିଥିବାରୁ ଗତ ୧୮ ତାରିଖରେ ନ୍ଯାୟ ପାଂଇ ଗାଲ ମୁର୍ମ୍ମୁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ଘଟଣାର ଆପୋଷ ସମାଧାନ ପାଇଁ ଉଭୟ ପକ୍ଷକୁ ଥାନାକୁ ଡକାଯାଇ ଥିଲା। ମାତ୍ର ସୁବର୍ଣ୍ଣ ମୁର୍ମୁଙ୍କ ପକ୍ଷରୁ କେହି ଜଣେ ବି ହେଲେ ଥାନାକୁ ନ ଆସିବାରୁ ଗାଲ ମୁର୍ମୁ ଏବଂ ତାଙ୍କ ସହ ଆସିଥିବା ସାହି ବାସିନ୍ଦା ମାନେ ନ୍ୟାୟ ପାଇଁ ଜିଦ ଧରିଥିଲେ। କିନ୍ତୁ ବାଲିଆପାଳ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ଗାଲ ମୁର୍ମୁଙ୍କ ସାଥିରେ ଆସିଥିବା ସାହି ମୁଖିଆଙ୍କୁ ଥାନା ଭିତରେ ପୁରାଇ ମାଡ଼ ମାରଥିଲେ। ଆଉ ଏହି ମାଡ ମାରୁଥିବାର ଚିତ୍ର ଏବେ ମୋବାଇଲରେ କଏଦ ହୋଇଛି। ଯାହା ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.