ଜେଲ୍‌ ଭିତରେ କଏଦୀଙ୍କ ଅଜବ କାର୍ଯ୍ୟ! ଆଳୁ ଚିପ୍ସ ପ୍ୟାକେଟ୍‌ରେ ହେଉଥିଲା ସ୍ପର୍ମ ଚାଲାଣ; ୧୦୧ରୁ ଅଧିକ ଛୁଆ ହୋଇଛନ୍ତି ଜନ୍ମ

ଜେଲରେ ଅସ୍ତ୍ରଶସ୍ତ୍ର କିମ୍ବା ବେଆଇନ ସାମଗ୍ରୀ ଚୋରା ଚାଲାଣ ନେଇ ଆପଣ ଅନେକ ଘଟଣା ଶୁଣିଥିବେ। ପ୍ରତିଦିନ କେଉଁଠୁ ନା କେଉଁଠୁ ଏମିତି ଘଟଣା ସାମ୍ନାକୁ ଆସିବାରେ ଲାଗିଥାଏ। କିନ୍ତୁ ଚୋରା ଚାଲାଣକୁ ନେଇ ଜଣେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆତଙ୍କବାଦୀ ଦାବି କରିଛନ୍ତି କି, ସେ ଜେଲରେ ବନ୍ଦୀ ଥିବା ସମୟରେ ଅନେକ ଥର ଶୁକ୍ରାଣୁ (ସ୍ପର୍ମ) ଚୋରା ଚାଲାଣ କରିଥିଲେ, ଯେଉଁଥିରୁ ତାଙ୍କର ୪ ସନ୍ତାନ ମଧ୍ୟ ହୋଇଛନ୍ତି।

ଚିପ୍ସ ପ୍ୟାକେଟରେ ସ୍ପର୍ମ ଚୋରା ଚାଲାଣ!

ରିପୋର୍ଟ ମୁତାବକ, ଆତଙ୍କବାଦୀ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ବନ୍ଦୀ ରହିଥିଲେ। ଏହି ସମୟରେ ସେ ଚିପ୍ସ ପ୍ୟାକେଟରେ ଅନେକ ଥର ନିଜର ସ୍ପର୍ମ ଚୋରା ଚାଲାଣ କରିଥିଲେ। ଏବେ ଆତଙ୍କବାଦୀ ମୁକ୍ତ ହେବା ପରେ ନିଜର ଏହି ଦାବିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି। ଲୋକମାନେ ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି ଯେ ସ୍ପର୍ମ ଶରୀରରୁ ବାହାରିବା ପରେ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରୁହେ ନାହିଁ। ଏହା ସତ୍ତ୍ୱେ ତାଙ୍କର ଦାବି ହେଲା, ସେ ବ୍ୟାଗରେ ସ୍ପର୍ମ ରଖି ଜେଲ ବାହାରକୁ ପଠାଉଥିଲେ।

ଆତଙ୍କବାଦୀ ଜଣକ ଦାବି କରିଛନ୍ତି କି, କ୍ୟାଣ୍ଟିନ ସାମଗ୍ରୀ ମାଧ୍ୟମରେ ସ୍ପର୍ମ ଚୋରା ଚାଲାଣର ଏହି ବ୍ୟବସାୟ ଜେଲ ଭିତରେ ହିଁ ଚାଲିଥିଲା। ନିୟମ ମୁତାବକ, ପାଲେଷ୍ଟାଇନ କଏଦୀମାନେ ସେମାନଙ୍କ ପରିବାର ପାଇଁ ପାଞ୍ଚଟି ଜିନିଷ ଜେଲରୁ ପଠାଇ ପାରିବେ। ତେଣୁ ସେମାନେ ନିଜ ପିଲାମାନଙ୍କ ପାଇଁ ଅନେକ ସମୟରେ ଖାଦ୍ୟପେୟ ଜିନିଷ ଏବଂ ଉପହାର ପଠାଇ ଥାଆନ୍ତି।

କଏଦୀମାନଙ୍କର ୧୦୧ ସନ୍ତାନ ଜନ୍ମ ନେଇଛନ୍ତି

ପାଲେଷ୍ଟାଇନ ଆତଙ୍କୀ ଜଣକ କହିଛନ୍ତି ଯେ ସ୍ପର୍ମକୁ ଜମା କରିବା ପରେ ତାହାକୁ ପାଉଚ୍‌ରେ ସଂଗ୍ରହ କରାଯାଉଥିଲା ଏବଂ ଏହାକୁ ଏଭଳି ଭାବେ ପ୍ୟାକ୍‌ କରାଯାଉଥିଲା କି, ଯେପରି ତାହା ଖୋଲି ପାରିବ ନାହିଁ। ଏଥି ସହିତ ଏହା ଉପରେ କିଛି ବିଶେଷ ଚିହ୍ନ ଦିଆଯାଉଥିଲା, ଯାହା ବିଷୟରେ ପ୍ରଥମରୁ ହିଁ ସାକ୍ଷାତ ସମୟରେ ପରିବାରକୁ ସୂଚନା ଦିଆଯାଉଥିଲା। ପାଲେଷ୍ଟାଇନ ଗଣମାଧ୍ୟମର ସୂଚନା ମୁତାବକ, ଏହି ଚୋରା ଚାଲାଣ ବ୍ୟବସାୟରୁ ପାଖାପାଖି ୧୦୧ ଛୁଆ ଜନ୍ମ ହୋଇଛନ୍ତି।

ଏପରି ଅଜବ ଦାବି କରୁଥିବା ଆତଙ୍କବାଦୀ ଅଲଅକ୍ସ ବ୍ରିଗେଡର ଅଂଶ ଥିଲେ। ତାଙ୍କୁ ମାର୍ଚ୍ଚ ୨୦୨୧ରେ ମୁକ୍ତି କରାଯାଇଥିଲା ଏବଂ ଏକ ସାକ୍ଷାତକାର ସମୟରେ ସେ ଏହା ଦାବି କରିଛନ୍ତି। ତାଙ୍କର ଉଦ୍ଦେଶ୍ୟ ହେଉଛି, ଆତଙ୍କବାଦୀମାନଙ୍କୁ ସହିଦ ଭାବରେ ଦର୍ଶାଯାଉ। ସେ କହିଥିଲେ କି, ସ୍ପର୍ମ ସଂରକ୍ଷଣ ପାଇଁ ଆଳୁ ଚିପ୍ସ ପ୍ୟାକେଟ ବ୍ୟବହାର କରାଯାଉଥିଲା। ଏଥି ସହିତ ଏହି କାର୍ଯ୍ୟ ଏତେ ସାବଧାନତାର ସହ କରାଯାଉଥିଲା ଯେ ଜେଲ ଅଧିକାରୀ କି ଗାଡ୍‌ମାନେ ଏ ବିଷୟରେ ଟିକିଏ ବି ସୁରାକ୍‌ ପାଇପାରୁ ନ ଥିଲେ।

ସାକ୍ଷାତକୁ ଯିବା ସମୟରେ ଏହି ପ୍ୟାକେଟଗୁଡ଼ିକ କଏଦୀଙ୍କ ସହିତ ରହୁଥିଲା। ଏହାକୁ ତାଙ୍କ ସ୍ତ୍ରୀ କିମ୍ବା ପରିବାର ସଦସ୍ୟଙ୍କ ବ୍ୟତୀତ କେହି ବି ସ୍ପର୍ଶ ସୁଦ୍ଧା କରୁ ନ ଥିଲେ। ଏହାପରେ ପ୍ୟାକେଟ୍ ସେମାନଙ୍କୁ ହସ୍ତାନ୍ତର କରାଯାଉଥିଲା। ଆତଙ୍କବାଦୀ କହିଛନ୍ତି, ସମସ୍ତେ ପ୍ୟାକେଟ ଉପରେ ନିଜର ନାମ କିମ୍ବା କୌଣସି ଚିହ୍ନ ଦେଉଥିଲେ। ଏହାପରେ ପରିବାରର ଜଣେ ସଦସ୍ୟ ଏହି ପ୍ୟାକେଟକୁ IVF କ୍ଲିନିକକୁ ନେଇ ଶରୀରରେ ଇନସର୍ଟ କରାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.