ସୁନା ବନ୍ଧକ ରଖି ଅଧିକ ସୁଧ ନେଉଥିବା ଅଭିଯୋଗ ଆସିଲା ମହିଳା ସରପଞ୍ଚଙ୍କ ସ୍ୱାମୀ ନାଁରେ, ଥାନାରେ ଏତଲା

ଭବାନୀପାଟଣା (କେ ନ୍ୟୁଜ୍‌) : ମହିଳା ସରପଞ୍ଚଙ୍କ ସ୍ୱାମୀ ନାଁରେ ସଙ୍ଗୀନ ଅଭିଯୋଗ । ବେଆଇନ ଭାବେ ସୁନା ବନ୍ଧକ ରଖି କମ ଟଙ୍କା ଦେଇ ଅଧିକ ସୁଧ ଅସୁଲି କରୁଥିବା ଅଭିଯୋଗ କଲେ ଲୋକେ । ପ୍ରତିବାଦ କରିବାରୁ ତାଙ୍କୁ ସରପଞ୍ଚଙ୍କ ସ୍ୱାମୀ ମାଡ଼ ମାରିଥିବା ନେଇ ଜଣେ ବୃଦ୍ଧା କଳାହାଣ୍ଡି ଜୟପାଟଣା ଥାନା ଅଭିଯୋଗ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ କୁଚା ଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ସ୍ୱାମୀ ଧରଣୀ ଦାସଙ୍କ ନାମରେ ଏଭଳି ଅଭିଯୋଗ ଆସିଛି । ଦୀର୍ଘ ଦିନରୁ ସେ ବେଆଇନ ଭାବେ ଏଭଳି ଭାବେ ସୁନା ଗହଣା ବନ୍ଧକ ବେପାରକରୁଥିବା କୁହାଯାଉଛି । ଜଣେ ୭୫ ବର୍ଷୀୟ ବୃଦ୍ଧା ମିଥିଲା ଭୋଇଙ୍କ ଠାରୁ ସୁନା ବନ୍ଧକ ବାବଦକୁ ୪ ହଜାର ଟଙ୍କା ଦେଇ ୭ ହଜାର ଟଙ୍କାର ହିସାବ କରିଥିଲେ। ବୃଦ୍ଧା ଜୟପଟଣା ଥାନାରେ ଅଭିଯୋଗ ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.