ଭଦ୍ରକ: ୧୮ ହଜାର ଟଙ୍କାରେ ଶିଶୁ ବିକ୍ରି ଅଭିଯୋଗ, ସ୍ତ୍ରୀ କହିଲେ ଝଗଡ଼ା କାରଣରୁ ସ୍ବାମୀ ବିକି ଦେଇଛି
ଦୀର୍ଘ ୪ରୁ ୫ ଦିନ ଧରି ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ଲାଗିଥିଲା। ଏହି ଝଗଡାରେ ସ୍ବାମୀ ରାଜେନ୍ଦ୍ର ସୀମାକୁ ବେକରେ ଶାଢି ଗୁଡାଇ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିବା ଅଭିଯୋଗରେ ଜଣାଯାଇଛି।

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବେତଡା ଚନ୍ଦନ ପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜନ୍ମ କଲା ଶିଶୁ ପୁତ୍ରକୁ ବାପ ବିକ୍ରି କରିଦେଇଥିବା ମା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ଗୁରୁତ୍ୱକୁ ନେଇ ଗାଁ ରେ ପହଞ୍ଚି ପିଲାକୁ ଖୋଜିବା ଆରମ୍ଭ କରିଥିଲେବି, ପିଲାର କୌଣସି ପତ୍ତା ମିଳିପାରିନାହିଁ।
ଅଭିଯୋଗ ଅନୁଯାୟୀ, ବେତଡା ଚନ୍ଦନପୁର ଗ୍ରାମର ରାଜେନ୍ଦ୍ର ଦାସ ନିଜର ଅଢେଇ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଇଥିବା ମା ସୀମାରାଣୀ ଦାସ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୀର୍ଘ ୪ରୁ ୫ ଦିନ ଧରି ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ଲାଗିଥିଲା। ଏହି ଝଗଡାରେ ସ୍ବାମୀ ରାଜେନ୍ଦ୍ର ସୀମାକୁ ବେକରେ ଶାଢି ଗୁଡାଇ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିବା ଅଭିଯୋଗରେ ଜଣାଯାଇଛି। ଏହି ଘଟଣାକୁ ନେଇ ସୀମା ରାଗି ସାନ ପୁଅକୁ ଧରି ଘରୁ କେଉଆଡ଼କୁ ପଳାଇ ଯାଇଥିଲା। ବଡ଼ପୁଅ ବାପା ରାଜେନ୍ଦ୍ର ପାଖରେ ରହିଥିଲା। ହେଲେ ସୀମାରାଣୀ ଘରକୁ ଫେରି ଦେଖନ୍ତିତ ବାପା ରାଜେନ୍ଦ୍ର ଏକା ଘରେ ଥିବା ବେଳେ ବଡ ପୁଅ ଘରେ ନଥିଲା।
ବଡପୁଅକୁ ରାଜେନ୍ଦ୍ର ୧୮ ହଜାର ଟଙ୍କାରେ କେଉଁଆଡେ ବିକ୍ରି କରିଦେଇଥିବା କହିଥିଲେ। ଏହି ଘଟଣାକୁ ନେଇ ସୀମା ଥାନାର ଦ୍ୱାରସ୍ତ ହୋଇଥିଲେ। ଅଭିଯୋଗ ପାଇ ପୁଲିସ ପିଲାକୁ ଖୋଜାଖୋଜି ଆରମ୍ଭ କରିଛି। ଅନ୍ଯପଟେ ପିଲା ବିକ୍ରି କରିବା କଥାକୁ ସ୍ବାମୀ ରାଜେନ୍ଦ୍ର ଅସ୍ୱୀକାର କରିବା ସହ ପିଲା କେଉଁଆଡେ ଚାଲିଯାଇଛି ସେ ଜାଣିନଥିବା କହିଛନ୍ତି।