ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁର୍ବ୍ୟବହାର! ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ମହାକାଳପଡ଼ା (କେନ୍ୟୁଜ୍): ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ । ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ। କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳର ଘଟଣା । ୩ ଦିନ ତଳେ ସ୍କୁଲର ବିଜ୍ଞାନ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିକଟରେ ପ୍ରଥମେ ଅଭଯୋଗ ହୋଇଥିଲା। ପରେ ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ ଛାତ୍ରୀଙ୍କ ପରିବାର ଲୋକ। ଥାନାରେ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ତେବେ ସଂପୃକ୍ତ ଶିକ୍ଷକ ଫେରାର ଥିବା ସୂଚନା ଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.