ମୋ ବସରୁ ଜଣେ ଯାତ୍ରୀଙ୍କୁ କଣ୍ଟକ୍ଟର ଓ ଗାଇଡ୍‌ ଠେଲି ଦେଇଥିବା ଅଭିଯୋଗ,ତଦନ୍ତ ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ):  ମୋ ବସ୍‌ ନାଁରେ ଅଭିଯୋଗ । ଭୁବନେଶ୍ୱରରେ ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି । ମଞ୍ଚେଶ୍ୱର ଥାନାରେ ଏନେଇ ଏତଲା ଦେଇଛନ୍ତି ଆହତ ଯାତ୍ରୀ ନିର୍ମଳେନ୍ଦୁ ପରିଡାଙ୍କ ପୁଅ ସୁବାଶିଷ ପରିଡା । ଗତକାଲି ୧୬ ନମ୍ବର ମୋ ବସରୁ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡାଙ୍କୁ ହଂସପାଳ ନିକଟରେ ମୋ ବସ୍‌ର କଣ୍ଟକ୍ଟର ଓ ଗାଇଡ୍‌ ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ନିର୍ମଳେନ୍ଦୁଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି । ଏବେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ନିର୍ମଳେନ୍ଦୁ ।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି କ୍ରୁଟ୍‌ । ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଭିତରେ ସଂପୃକ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ଅପସାରଣ କରିଛି କ୍ରୁଟ୍‌ । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ । ଯାତ୍ରୀଙ୍କୁ ମୋ ବସ୍‌ କର୍ମଚାରୀ ଠେଲି ଦେଲେ ନା ସେ ଖସି ପଡ଼ିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି ।

ସେପଟେ ଏହି ପ୍ରସଙ୍ଗରେ କ୍ରୁଟ ସିଏମଡି ଅରୁଣ ବୋଥ୍ରା କହିଛନ୍ତି କାଲି ରାତିରେ ଘଟଣାରେ ଆମେ ଦୁଃଖିତ ଅଛୁ । ଭିଡିଓ ଦେଖିଲା ପରେ ଘଟଣା କିଛି ଅଲଗା ଲାଗୁଛି। ଗାଇଡ଼ ବା କଣ୍ଡେକ୍ଟର ତାଙ୍କ ଦେହରେ  ହାତ ଲାଗାଇ ନାହାନ୍ତି, ବରଂ ବ୍ୟକ୍ତି ଜଣକ ଗାଇଡ଼ ବା କଣ୍ଡେକ୍ଟରଙ୍କ ସହ ଯୁକ୍ତି  କରି ତାଙ୍କ ବ୍ୟାଗ୍ ଟାଣଥିବା ଭିଜୁଆଲରୁ ଦେଖାଯାଉଛି । ଏହି ଯୁକ୍ତିତର୍କ ସମୟରେ ବସଟି ହଂସପାଳ ଷ୍ଟପେଜରୁ ଆଗକୁ ଚାଲିଯିବା ବେଳେ ବ୍ୟକ୍ତି ଜଣକ ଗାଡିଟିକୁ ରଖିବାକୁ କହିଛନ୍ତି। ଓ ଡୋର ପାଖରେ ଛିଡା  ହୋଇଛନ୍ତି । ଏହି ସମୟରେ  କେହିଜଣେ ବ୍ୟକ୍ତି ଏମରଜେନ୍ସ ଡୋର ଓପନ ବଟମକୁ ଚିପିବା ଫଳରେ ଡୋରଟି ଖୋଲିଯାଇଛି ଓ ବ୍ୟକ୍ତି ଜଣକ ତଳେ ପଡି ଯାଇଛନ୍ତି। ତେବେ ଏହି ଘଟଣାରେ ତଦନ୍ତ ନ ସିରିବା ଯାଏଁ କଣ୍ଡକ୍ଟର ବା ଗାଇଡ଼ରକୁ ଡ୍ୟୁଟିରୁ ଅପସାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.