ମୁଲାୟମ ଓ ଘନ, କଳା କେଶ ପାଇଁ ଦେଶୀ ଘିଅରେ କରନ୍ତୁ କେଶର ମାଲିସ, ଜାଣନ୍ତୁ ତରିକା

ସୁନ୍ଦର ଏବଂ ଘନ କେଶ ପ୍ରତ୍ୟେକ ମହିଳାଙ୍କ ପସନ୍ଦ ହୋଇଥାଏ। କେଶର ଯତ୍ନ ପାଇଁ ମହିଳାମାନେ ତେଲ ଲଗାଇ ଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, କେଶ ପାଇଁ ଦେଶୀ ଘିଅ କେତେ ଲାଭଦାୟକ? ଦେଶୀ ଘିଅରେ କେଶ ମାଲିସ୍‌ କଲେ କେଶର ସବୁ ସମସ୍ୟା ଦୂର ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ।

ଘିଅରେ କେଶ ମାଲିସ କଲେ ଦୁଇ ମୁହାଁ କେଶ, ରୂପି ସମସ୍ୟା, ପାଚିଲା କେଶ ସମସ୍ୟା ଆଦି କମ୍‌ ହୋଇଯାଇଥାଏ। ଆସନ୍ତୁ ଜାଣିବା ଦେଶୀ ଘିଅର ଫାଇଦା ଏବଂ ଏହାକୁ ମାଲିସ କରିବାର ଠିକ୍‌ ଉପାୟ।

ମୁଲାୟମ ଏବଂ ଘନ, କଳା କେଶ ପାଇଁ ଦେଶୀ ଘିଅ ମାଲିସ କରନ୍ତୁ। ଯଦି ଆପଣ ଦୁଇ ମୁହାଁ କେଶକୁ ନେଇ ଚିନ୍ତିତ, ତା’ହେଲେ ୩ ଚାମଚ ଗରମ ଘିଅରେ କେଶକୁ ମାଲିସ କରନ୍ତୁ। ଏହାଦ୍ୱାରା ସମସ୍ୟା ଦୂର ହୋଇଯିବ। ଘିଅ ଲଗାଇବା ଦ୍ୱାରା କେଶ ବହୁତ ସିଲ୍‌କି ହୋଇଯାଇଥାଏ। ପ୍ରଥମେ ଘିଅକୁ ହାଲୁକା ଗରମ କରନ୍ତୁ। ଏହାପରେ କେଶକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ମସାଜ୍‌ କରନ୍ତୁ। ଏବେ ସେଥିରେ ଲେମ୍ବୁପାଣି ଲଗାନ୍ତୁ। ୧୦ ମିନିଟ୍‌ ପରେ ଶାମ୍ପୁରେ କେଶ ଧୋଇ ନିଅନ୍ତୁ।

ସେହିପରି ରୂପି ହଟାଇବା ପାଇଁ ଆପଣ ଘିଅ ବ୍ୟବହାର କରିପାରିବେ। ଦେଶୀ ଘିଅକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ କେଶରେ ମାଲିସ କରିବା ଦ୍ୱାରା ରୂପି ନଷ୍ଟ ହୋଇଯିବ। ଦେଶୀ ଘିଅ ଦ୍ୱାରା କେବଳ ରୂପି ନୁହେଁ, ବରଂ କେଶ ଧଳା ହେବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ। କେଶ ମୂଳ ବଢ଼ିବା ପାଇଁ ବି ଆପଣ ଦେଶୀ ଘିଅ ମାଲିସ କରିପାରିବେ। ଏଥିରେ ଅଁଳା କିମ୍ବା ପିଆଜ ରସ ମିଶାଇ ଲଗାଇ ପାରିବେ। ଦେଶୀ ଘିଅରେ କେଶ ମାଲିସ କରିବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.