ଭୁବନେଶ୍ବର: ବିହାର ମୁଙ୍ଗେରରୁ ବନ୍ଧୁକ ଆସୁଛି ଓଡ଼ିଶାକୁ , ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମେତ ୭ ଗିରଫ

କେନ୍ୟୁଜ୍(ବ୍ୟୁରୋ):  କଟକ କମିଶନରେଟ ପୋଲିସକୁ ବଡ଼ ସଫଳତା । ବନ୍ଧୁକ କାରବାର ଅଭିଯୋଗରେ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମେତ ୭ ଜଣ ଗିରଫ । ଦୁଇ କିଙ୍ଗପିନ ହେଲେ ଟିଟୋ ସହଯୋଗୀ ବିଜୟ ନାୟକ ଓ ଜଗନ୍ନାଥ ଦାସ । କାଳିଆବୋଦା ମଠ ପଡ଼ିଆ ନିକଟରେ ବନ୍ଧୁକ କାରବାର ଚାଲିଥିବା ବେଳେ ସେମାନଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ ।

commission

ବିହାର ମୁଙ୍ଗେରରୁ ଏମାନେ ବନ୍ଧୁକ ଆଣି କାରବାର କରୁଥିଲେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ପୂର୍ବରୁ ବିଜୟ ନାଁରେ ୧୧ଟି ମାମଲା ରହିଛି । ସେହିପରି ଜଗନ୍ନାଥ ଦାସ ନାଁରେ ରହିଛି ୧୫ଟି ମାମଲା । ଆବଶ୍ୟକ ପଡିଲେ ସେମାନଙ୍କୁ ରିମାଣ୍ଡରେ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.