କାମ ଯୋଗାଇଦେବା ବାହାନାରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଯାଜପୁର(କେନ୍ୟୁଜ୍) : ପୁଣି ଥରେ ଆସିଛି ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କାମ ଯୋଗାଇଦେବା ବାହାନାରେ ତିନି ଜଣ ଯୁବକ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ଘଟଣା ଏବେ ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ଅଞ୍ଚଳର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ କାମ ଯୋଗାଇ ଦେବାକୁ କହି ତିନି ଜଣ ଯୁବକ ଚିଲିପଦା ଗାଁକୁ ନେଇ ଯାଇଥିଲେ । ସେଠାରେ ଗଣଦୁଷ୍କର୍ମ କରିବା ପରେ ପାଟୁଳି ବାଇପାସ୍ ଛକ ନିକଟରେ ଛାଡ଼ି ପଳାଇଥିଲେ। ସ୍ଥାନୀୟ ଲୋକ ଖବର ଦେବା ପରେ କୋରେଇ ପୋଲିସ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି । ପୀଡ଼ିତା ମହିଳାଙ୍କଠାରୁ ବୟାନ ସଂଗ୍ରହ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.