Below header

କଟକ: ଏସସିବି ମେଡିକାଲ କଲେଜର ବିରଳ ଟ୍ରାନ୍‌ସପ୍ଲାଣ୍ଟ, ସଫଳ ହେଲା ଆଲୋଜେନିକ ବୋନମ୍ଯାରୋ ଟ୍ରାନ୍ସପ୍ଲାଣ୍ଟେସନ

କଟକ(ବ୍ୟୁରୋ):  ବାସ୍ତବତାରେ ପରିଣତ ହେଉଛି ଏସସିବିକୁ ଏମ୍‌ସ ପ୍ଲସ୍‌ କରିବାର ଆଶା। ସଫଳତାର ସହ କଟକ ଏସସିବି ମେଡିକାଲ କଲେଜ କ୍ଲିନିକାଲ ହେମାଟୋଲୋଜି ବିଭାଗରେ ଆଲୋଜେନିକ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ ବା ଅନ୍ୟ ଜଣକ ଦେହର ଅସ୍ଥିମଜ୍ଜା ପ୍ରତ୍ୟାରୋପଣ ସମ୍ଭବ ହୋଇଛି। ୨୦୧୪ ଏପ୍ରିଲରୁ ଅଟୋଲୋଗସ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ ବା ନିଜ ଦେହର ଅସ୍ଥିମଜ୍ଜା ପ୍ରତ୍ୟାରୋପଣ ହୋଇ ପାରୁଥିଲା । ବର୍ତ୍ତମାନ ସୁଦ୍ଧା ୮୫ ଜଣ ରୋଗୀଙ୍କର ଅଟୋଲୋଗସ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ ହୋଇଛି । ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି। ଆଜି ପ୍ରଥମ ଥର ପାଇଁ ଆଲୋଜେନିକ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ ସଫଳ ହୋଇଛି। ୨୦୧୭ରୁ ରକ୍ତ କର୍କଟରେ ପୀଡିତ ଥିବା ଢେଙ୍କାନାଳ ଜିଲ୍ଲା ବେଢାପାଳର ଅଭିରାମ ଜେନାଙ୍କ ଠାରେ ତାଙ୍କ ଭଉଣୀ ଲକ୍ଷ୍ମୀପ୍ରିୟାଙ୍କ ଅସ୍ଥିମଜ୍ଜା ପ୍ରତ୍ୟାରୋପଣ ହୋଇଛି।

bone marrow scb ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଅଭିରାମ ଛୋଟବେଳୁ ବାପାଙ୍କୁ ହରାଇଛନ୍ତି। ଅଭିରାମ ରକ୍ତ କର୍କଟ ରୋଗରେ ପୀଡ଼ିତ ହେବା ପରେ ତାଙ୍କ ମା ଓ ସାନ ଭଉଣୀ ଭାଙ୍ଗି ପଡ଼ିଥିଲେ। ରାଜ୍ୟ ବାହାରକୁ ଯାଇ ଆଲୋଜେନିକ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ କରିବା ସେମାନଙ୍କ ପାଇଁ ସ୍ୱପ୍ନ ଥିଲା। କିନ୍ତୁ ଏସସିବିରେ ଏହା ସମ୍ଭବ କରିବାକୁ ଉଦ୍ୟମ କରିଥିଲେ ପ୍ରଫେସର ଆର କେ ଜେନା। ରାଜ୍ୟ ସରକାରଙ୍କ ସମ୍ମତିରେ ଆଜି ଏହା ସମ୍ଭବ ହୋଇଛି। ଏଥିପାଇଁ ଅଭିରାମଙ୍କ ମା ଓ ଅସ୍ଥି ମଜ୍ଜା ଦାନ କରିଥିବା ଭଉଣୀ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଆଲୋଜେନିକ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ ବା ଅନ୍ଯ ଦେହର ଅସ୍ଥିମଜ୍ଜା ପ୍ରତ୍ୟାରୋପଣ ଆରମ୍ଭ ହୋଇଥିଲା ବେଳେ ଆଗାମୀ ଦିନରେ ଏହାଦ୍ୱାରା ବହୁ ଗରିବ ରକ୍ତ କର୍କଟ ସମେତ ଥାଲାସେମିଆ ଓ ସିକିଲସେଲ୍‌ ରୋଗୀ ଉପକୃତ ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.