ଏହି ୫ଟି ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଯିଏ ଦୁନିଆର କୌଣସି ବି ସହରକୁ କରିପାରିବେ ଧ୍ୱଂସ

ବିଶ୍ୱର ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ଏବେ ବିଶ୍ୱ ପାଇଁ ବିପଦ ଭାବେ ଦଣ୍ଡାୟମାନ ହୋଇଛନ୍ତି । ଉତ୍ତର କୋରିଆ ଯେଉଁଭଳି ବେଗରେ ତା’ର ପରମାଣୁ କ୍ଷମତାକୁ ବଢ଼ାଇ ଚାଲିଛି, ଏହା ଅନ୍ୟ ରାଷ୍ଟ୍ରପାଇଁ ବଡ଼ ବିପଦ ହୋଇଛି । ଚୀନ୍‌ ମଧ୍ୟ ଗତ କିଛି ବର୍ଷ ହେବ ତା’ର ପରମାଣୁ କ୍ଷମତା ବଢ଼ାଇବା ଉପରେ ଧ୍ୟାନ ଦେଇଛି । ଭାରତ ମଧ୍ୟ ଏହି ପ୍ରତିଯୋଗିତାରୁ ଓହରି ଯାଇନି । ଇରାନ ମଧ୍ୟ ମିସାଇଲ ଶକ୍ତି ବଢ଼ାଇବାରେ ଲାଗିଛି ।

ତେବେ ପ୍ରଥମରୁ ଏମିତି କିଛି ଦେଶ ଅଛନ୍ତି ଯେଉଁମାନେ ପରମାଣୁ ଶକ୍ତିରେ ସମସ୍ତଙ୍କ ଠାରୁ ଆଗରେ ଅଛନ୍ତି । ବିଶ୍ୱ ଏବେ ପରମାଣୁ ଷ୍ଟୋରେଜ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ନିକଟରେ ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ୍‌ ଆଣ୍ଡ ଇଣ୍ଟରନେସନାଲ୍‌ ଷ୍ଟଡିଜ ପ୍ରକାଶ କରିଛି । ଏହି ତଥ୍ୟ ସତ୍ୟ ହୋଇଥିଲେ ଉତ୍ତର କୋରିଆ ବ୍ୟତୀତ ୫ଟି ଏମିତି ରାଷ୍ଟ୍ର ଅଛନ୍ତି ଯେଉଁମାନେ ବିଶ୍ୱର ଯେ କୌଣସି ସହର ଉପରେ ପରମାଣୁ ଆକ୍ରମଣ କରିପାରିବେ । ଏହି ଦେଶ ତାଲିକାରେ ଅଛନ୍ତି ସବୁଠୁ ଆଗରେ ଅଛନ୍ତି ଋଷ ଓ ଆମେରିକା । ଏହାଛଡ଼ା ଚୀନ୍‌, ବ୍ରିଟେନ୍‌ ଏବଂ ଫ୍ରାନ୍ସ ମଧ୍ୟ ଏହି ତାଲିକାରେ ଅଛନ୍ତି । ଏହି ୫ଟି ଦେଶ ବିଶ୍ୱର ଯେ କୌଣସି ସହରକୁ ଟାର୍ଗେଟ କରିପାରିବେ । ସେମାନଙ୍କ ପାଖରେ ଥିବା ମିସାଇଲ୍‌ ଏହି କ୍ଷମତା ବହନ କରେ ।

missile
photo credit: hindi.news18.com

ଆସନ୍ତୁ ଜାଣିବା କେଉଁ ରାଷ୍ଟ୍ର ପାଖରେ କେତେ କ୍ଷମତାର ମିସାଇଲ ରହିଛି :

ଋଷ : ଋଷ ପାଖରେ ସବୁଠୁ ଦୂର ୧୬ ୦୦୦ କି.ମି ପର୍ଯ୍ୟନ୍ତ ମାଡ଼ କରିପାରୁ ମିସାଇଲ୍‌ ରହିଛି । ଯାହାକି ବିଶ୍ୱର ଯେ କୌଣସି ସହରକୁ ଘରେ ବସି ଧ୍ୱଂସ କରିପାରିବ । ଋଷ ପାଖରେ R-36M ମିସାଇଲ ରହିଛି ଯାହାର ଲକ୍ଷ୍ୟ କ୍ଷମତା ୧୬ ହଜାର କି.ମି । ଏଥି ସହ ଋଷ ପାଖରେ R-29RMU ମିସାଇଲ୍‌ ଯାହାର ଲକ୍ଷ୍ୟ ଭେଦି କ୍ଷମତା ରହିଛି ୧୧,୫୪୭ କି.ମି । ଏହା ପଛକୁ ରହିଛି ଆମେରିକା ।

ଆମେରିକା : ଆମେରିକା ପାଖରେ ମିନ୍‌ଟ୍‌ ମ୍ୟାନ୍‌ –୩ ମିସାଇଲ ରହିଛି ଯାହାର ଲକ୍ଷ୍ୟ କ୍ଷମତା ରହିଛି ୯୬୫୦ କି.ମି ରୁ ୧୩ ହଜାର କି.ମି । ଆମେରିକା ପାଖରେ ଆଉ ଏକ UGM-133 ଟ୍ରାଇଡେଣ୍ଟ ୨ ନାମକ ମିସାଇଲ ରହିଛି ଯାହାର ଲକ୍ଷ୍ୟ ଭେଦି କ୍ଷମତା ରହିଛି ୧୧,୩୦୦ କି.ମି । ଏହି ମିସାଇଲ ମଧ୍ୟ ବିଶ୍ୱର ଯେ କୌଣସି ସହରକୁ ଟାର୍ଗେଟ କରିପାରିବ ।

missile
photo credit: hindi.news18.com

ଚୀନ୍‌ : ଚୀନ୍‌ ନିକଟରେ ରହିଛି ୧୩ ହଜାର କି.ମି ଲକ୍ଷ୍ୟ ଭେଦ କରିପାରୁଥିବା ମିସାଇଲ । ଯାହାର ନାମ ରଖିଛି ଡ୍ରୋଗ୍‌ଫେଙ୍ଗ୍‌ -5A ।
ବ୍ରଟେନ୍‌ : ବ୍ରିଟେନ୍‌ ନିକଟରେ ରହିଛି D-5 ଟାଇଡେଣ୍ଟ ୨ ମିସାଇଲ । ଏହାର ଲକ୍ଷ୍ୟ ଭେଦି କ୍ଷମତା ରହିଛି ୭୪୦୦ ରୁ ୧୨ ହଜାର କି.ମି ।

ଫ୍ରାନ୍ସ : ଫ୍ରାନ୍ସ ନିକଟରେ ରହିଛି M 511CBM ମିସାଇଲ୍‌ । ଯାହାର ଲକ୍ଷ୍ୟ ଭେଦି କ୍ଷମତା ରହିଛି ୧୦ ହଜାର କି.ମି । ଏହା ମଧ୍ୟ ଯେ କୌଣସି ସହରକୁ ଟାର୍ଗେଟ କରିପାରେ ।

missile
photo credit: hindi.news18.com

ବିଶ୍ୱର ଅଧା ସ୍ଥାନ ଯାଏ ରହିଛି ଭାରତ ମିସାଇଲର ଲକ୍ଷ୍ୟ ଭେଦି କ୍ଷମତା :

ଭାରତୀୟ ମିସାଇଲ ଅଗ୍ନି ୫ । ଏହାର ଲକ୍ଷ୍ୟ ଭେଦି କ୍ଷମତା ରହିଛି ୫ ହଜାର କି.ମି । ନିକଟରେ ଭାରତ ଅଗ୍ନି ୬ ନାମରେ ଆଉ ଏକ ମିସାଇଲ ର ସଫଳ ପରୀକ୍ଷଣ କରିଛି ଯାହାର ଲକ୍ଷ୍ୟ ଭେଦି କ୍ଷମତା ରହିଛି ୬ ହଜାର କି.ମି । ଏଥିପୂର୍ବରୁ ଭାରତ ପାଖରେ ଅଗ୍ନି ୧ ମିସାଇଲ୍‌ (ଲକ୍ଷ୍ୟ ଭେଦି କ୍ଷମତା ୭୦୦ ରୁ ୯୦୦ କି.ମି ) , ଅଗ୍ନି ୨ ମିସାଇଲ୍‌ (ଲକ୍ଷ୍ୟ ଭେଦି କ୍ଷମତା ୨ ହଜାର କି.ମି ) ଓ ଅଗ୍ନି ୩ ମିସାଇଲ୍‌ (ଲକ୍ଷ୍ୟ ଭେଦି କ୍ଷମତା ୩୫୦୦ କି.ମି) ରହିଛି । ଭାରତର ଅଗ୍ନି ୫ ଓ ଅଗ୍ନି ୬ ମିସାଇଲ୍‌ ବିଶ୍ୱର ଅଧା ସ୍ଥାନକୁ ଲକ୍ଷ୍ୟ ଭେଦ କରିପାରିବ । ଚୀନ୍‌ ପରେ ଭାରତ ମଧ୍ୟ ଏକ ଶକ୍ତିଶାଳୀ ପରମାଣୁ ସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.