କ୍ରିତି ସାନନ୍‌ଙ୍କ ଏହି ଫଟୋ ଦେଖି ନିଜକୁ ରୋକି ପାରିଲେନି ବିଗ-ବି, ଦେଲେ କିଛି ଏମିତି କମେଣ୍ଟ

ବଲିଉଡର କଳାକାରଙ୍କୁ ଆପଣ ସୋସିଆଲ ମିଡିଆରରେ ଆକ୍ଟିଭ ଥିବାର ଦେଖୁଥିବେ। ନିଜ ଡେଲି ଲାଇଫର ପ୍ରତ୍ୟେକଟି ମୂହୁର୍ତ୍ତକୁ କ୍ୟାପଚର କରି ସୋସିଆଲ ମିଡିଆରେ ସେମାନେ ପୋଷ୍ଟ କରିଥାନ୍ତି। ଯେକୌଣସି ସୁଟ୍‌ ହେଲେ ଏହାର ଫଟୋକୁ ନିଜ ଆକାଉଣ୍ଟରେ ହାସଟ୍ୟାଗ୍‌ ସହ ଅପଡେଟ କରନ୍ତି। ଏବେ ଏମିତି ଏକ ସେଲିବ୍ରେଟୀଙ୍କ ଫଟୋ ଚର୍ଚ୍ଚାକୁ ଆସିଛି। ଯେଉଁଥିରେ ଦିଆଯାଇଥିବା କମେଣ୍ଟ ଏବେ ସବୁଠି ଘୂରି ବୁଲୁଛି।

ବଲିଉଡର ବର୍ଫିଗାର୍ଲ କ୍ରିତି ସାନନ୍‌ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଯାହା ଏବେ ପୁରା ଭାଇରାଲ। ଏହି ଫଟୋରେ କ୍ରିତି ହାଇ ସ୍ଲିଟର ପ୍ରିଣ୍ଟେଡ ମାକ୍ସି ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ସୁନ୍ଦର ଡ୍ରେସ ପିନ୍ଧି ହଟ୍‌ ପୋଜ୍‌ ଦେଇ ସୋସିଆଲ ମିଡିଆରେ ସେ ସେୟାର କରିଛନ୍ତି। । ତା’ ସହ ଫଟୋରେ ‘ସାଲସା ଏନିଓ୍ଵାନ’ର କ୍ୟାପସନ ମଧ୍ୟ ଲେଖିଛନ୍ତି। ସବୁଠାରୁ ବଡ କଥା ହେଉଛି, ଏହି ଫଟୋରେ ବିଗ୍‌-ବି ଅମିତାଭ ବଚ୍ଚନ କମେଣ୍ଟ ଦେଇଛନ୍ତି। ଫଟୋରେ ମୁଗ୍ଧ ହୋଇ ‘ଓ୍ଵାଓ’ ଏବଂ ତା’ ସହ ହାର୍ଟର ଇମୋଜି ଦେଇଛନ୍ତି। ଯେଉଁଥିରେ ୟୁଜର୍ସଙ୍କର ସର୍ବାଧିକ ଲାଇକସ୍‌ ମଧ୍ୟ ମିଳିଛି।

kriti78
pc: india.com

କ୍ରିତି ସାନନ୍‌ ଖୁବ୍‌ ଶୀଘ୍ର ଅକ୍ଷୟ କୁମାରଙ୍କ ସହ ବଚ୍ଚନ ପାଣ୍ଡେ ଓ ଟାଇଗର ଶ୍ରଫଙ୍କ ସହ ଗଣପତରେ ନଜର ଆସିବାକୁ ଯାଉଁଛନ୍ତି। ଏହି ୨ ସୁପରଷ୍ଟାର କଳାକାରଙ୍କ ସହ କ୍ରିତି ସ୍କ୍ରିନ ସେୟାର କରିବେ। ଏହାସହ ସେ ଓମ୍‌ ରାଓ୍ଵତଙ୍କ ଆଦିପୁରୁଷରେ ସୁପରଷ୍ଟାର ପ୍ରଭାସଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି । ଏହି ଫିଲ୍ମରେ କ୍ରିତି ସୀତାଙ୍କ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.