Below header

ଭୁବନେଶ୍ବର: ଚୋରି ହୋଇଥିବା ୪୦ ମୋବାଇଲ ଜବତ କଲା ସହିଦନଗର ପୋଲିସ, ଫେରାଇଲା ମାଲିକଙ୍କୁ

କେନ୍ୟୁଜ୍(ବ୍ୟୁରୋ):  ଚୋରି ହୋଇଥିବା ମୋବାଇଲ ଜବତ କରି ମାଲିକଙ୍କୁ ଫେରାଇଲା ସହିଦନଗର ପୋଲିସ । ୪୦ଟି ଚୋରି ମୋବାଇଲ ଜବତ ହୋଇଥିବା ବେଳେ ୨୫ ଜଣ ମୋବାଇଲ ମାଲିକଙ୍କ ପରିଚୟ ମିଳିଛି ।

mobile seized 2

ଆଜି ସେମାନଙ୍କୁ ଡାକି ମୋବାଇଲ ଫେରସ୍ତ କରିଛି ସହିଦନଗର ଥାନା ପୋଲିସ । ୧୫ ଦିନ ମଧ୍ୟରେ ସହିଦ ନଗର ଅଞ୍ଚଳରେ ଚଢଉ କରି ମୋବାଇଲ ଜବତ କରିଥିଲା ପୋଲିସ ।  ଏଥିସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ ।ଏପଟେ ନିଜର ମୋବାଇଲ ଫେରିପାଇଥିବାରୁ କମିଶନରେଟ ପୋଲିସକୁ ଧନ୍ୟବାଦ ଦେଇଥିଲେ ମୋବାଇଲ ମାଲିକମାନେ । ମୋବାଇଲ ସହ ନିଜର ଭାବନା ଯୋଡି ହୋଇ ରହିଥିବାରୁ ମୋବାଇଲ ପାଇ ଖୁସିରେ କାନ୍ଦି ପକାଇଥିଲେ ମୋବାଇଲ ଫେରିପାଇଥିବା ଜଣେ  ବ୍ୟକ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.