ବଲାଙ୍ଗୀର: ସିନ୍ଧେକେଲା ତୁର୍କୁଭଟା ଗାଁ ନିକଟରେ ବସ୍‌ ଦୁର୍ଘଟଣା, ଜଣେ ବାଳକର ମୃତ୍ୟୁ ୨୦ ଆହତ

ବଲାଙ୍ଗୀର(କେନ୍ୟୁଜ୍):  ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ତୁର୍କୁଭଟା ଗାଁ ନିକଟରେ ବସ୍‌ ଦୁର୍ଘଟଣା  । ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ୨୦ ଆହତ ହୋଇଛନ୍ତି । ଏହାକୁ ନେଇ ଘଟ ଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ମୃତ ବାଳକର ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି ।

ଦୁର୍ଘଟଣାରେ ଆହତ ୨୦ରୁ ଅଧିକ ଯାତ୍ରୀମାନଙ୍କୁ ସିନ୍ଧେକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭବାନୀପାଟଣାରୁ ନୂଆପଡ଼ା ଆସୁଥିବା ମଣିବାବା ବସ ତୁର୍କୁଭଟା ନିକଟରେ ବସ୍‌ଟି ଜଣେ ପିଲାକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.