Below header

ଗଜପତି ମହେନ୍ଦ୍ରଗିରିରେ ନାଚ ଗୀତ ଓ ଆମିଷ ଭୋଜନ କରିବା ଘଟଣା: ଜନ ଅସନ୍ତୋଷ ପରେ କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ

ଗଜପତି(କେନ୍ୟୁଜ୍):  କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ।  ତିବ୍ବତୀୟ କିଛି ଯୁବକଯୁବତୀ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିବା ସହ ବିଭିନ୍ନ ବଲିଉଡ, ଓଲିଉଡ ଭାଷାର ଗୀତରେ ଝୁମିଥିବା ସହ ନାଚ କରିଥିଲେ । ଏପରିକି ଭୀମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର ପତକା ଉଡାଇ ସେହି ପତକା ଗୁଡିକରେ ମନ୍ଦିରକୁ ସଜ୍ଜାଇ ଜୋତା ପିନ୍ଧି ମନ୍ଦିରରେ ପ୍ରବେଶ କରିଥିଲେ । ଏହି  ଘଟଣା ସବୁକୁ ଭିଡିଓ କରି ୨୭/୧୨/୨୦୨୦ରେ   ୟୁଟୁବରେ ଅପଲୋଡ  କରିଦେଇଥିଲେ ଏହି ତିବ୍ବତୀୟ ଶରଣାର୍ଥୀ। ଯାହାକୁ ନେଇ  ଗଜପତି ଜିଲ୍ଲା ବାସୀଙ୍କ ମନରେ ଅସନ୍ତୋଷ କୁହୁଳିବାରେ ଲାଗିଥିଲା।

ଏହାକୁ  ନେଇ ଗତକାଲି ଗଜପତି ଜିଲ୍ଲା ପାରଳା ଯୁବକ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।  ସ୍ମାରକ ପତ୍ରରେ ମହେନ୍ଦ୍ରଗିରିର ସୁରକ୍ଷା ଓ ତିବ୍ବତୀୟ ଶରଣାର୍ଥିଙ୍କ ଦ୍ୱାରା ହୋଇଥିବା ଆପତିଜନକ କାର୍ଯ୍ୟକଳାପର ତଦନ୍ତ ଓ ଦଣ୍ଡବିଧାନ ପାଇଁ ଦାବୀ  କରିଥିଲେ।

tibeten

ଏହା ଜଣିବା ପରେ ତିବ୍ବତୀୟ ସଂପ୍ରଦାୟ ଓଡିଶା ଶାଖା ତରଫରୁ କ୍ଷମା ପ୍ରାର୍ଥନା କରାଯାଇ ପାରଳାଖେମୁଣ୍ଡି ସ୍ଥିତ ଉପଜିଲ୍ଲାପାଳଙ୍କ ନିକଟକୁ କ୍ଷମାପତ୍ର ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.