ଆସନ୍ତା ୩୦ ତାରିଖରେ ଦିଲ୍ଲୀ ଏମ୍‌ସରେ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାର୍ଟ ବାଇପାସ୍ ସର୍ଜରୀ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୩୦ ତାରିଖରେ ଦିଲ୍ଲୀ ଏମ୍‌ସରେ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାର୍ଟ ବାଇପାସ୍ ସର୍ଜରୀ । ଏନେଇ ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି । ଏବେ ଦିିଲ୍ଲୀ ଏମ୍‌ସରେ ତାଙ୍କର ଚିକିତ୍ସା ଚାଲିଛି । ରାଷ୍ଟ୍ରପତିଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଅଛି । ଗତକାଲି ସକାଳେ ରାଷ୍ଟ୍ରପତି ନିଜ ବାସଭବନରେ ଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ପଠାଯାଇଛି ଦିଲ୍ଲୀ ଏମ୍ସ ।

ରକ୍ଷାମନ୍ତ୍ରୀ ରାଜନାଥ ସିଂ ସେନା ହସ୍ପିଟାଲ ଯାଇ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ପୁଅଙ୍କ ସହ କଥା ହୋଇ ଦେଶର ପ୍ରଥମ ନାଗରିକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସେହିପରି ତାଙ୍କ ଛାତିରେ କାହିଁକି ଯନ୍ତ୍ରଣା ହେଉଛି, ସେବିଷୟରେ ମଧ୍ୟ ହସ୍ପିଟାଲ ପକ୍ଷରୁ କିଛି ବି କୁହାଯାଇନାହିଁ । ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପରିବାର ସହ ଓଡ଼ିଶା ଗସ୍ତରେ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.