Below header

ଯାଜପୁର: ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେଉରୀଆଙ୍କ କାର ଉପରକୁ ବୋମାମାଡ଼,ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର

ଯାଜପୁର(କେନ୍ୟୁଜ୍): ସୂଚନା ଅଧିକାର କର୍ମୀଙ୍କ ଗାଡି ଉପରକୁ ବୋମାମାଡ। ଯାଜପୁର ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡି ଉପରକୁ ଦୁର୍ବୃତ୍ତମାନେ ବୋମାମାଡ କରିଛନ୍ତି । ବୋମାମାଡରେ ସର୍ବେଶ୍ୱର ଓ ତାଙ୍କ ସହକର୍ମୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଇମାମନଗର ଠାରେ ଏକ କାର୍ଯ୍ୟକ୍ରମରୁ ଯୋଗ ଦେଇ ନିଜ କାରରେ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ୍‌ ଏକ ବାଇକ୍‌ରେ ଆସି ତାଙ୍କ ଗାଡି ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମାମାଡର କାରଣ ଜଣାପଡିନଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.