Below header

ଆମ ଗାଁ ଆମ ବିକାଶ ପାଇଁ ବଜେଟ, ୧୨ଶହ ୫୦ କୋଟି

ଭୁବନେଶ୍ବର (କେନ୍ଯୁଜ୍) :ରାଜ୍ୟ କ୍ୟାବିନେଟରେ ଆମ ଗାଁ ଆମ ବିକାଶ ପାଇଁ ଗାଇଡଲାଇନ୍‌କୁ ମୋହର ବାଜିଛି । ବଜେଟରେ ଆମ ଗାଁ ଆମ ବିକାଶ ପାଇଁ ୧୨ ଶହ ୫୦କୋଟି ଟଙ୍କା ରଖାଯାଇଛି । ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏହା କାର୍ଯ୍ୟକାରୀ ହେବ । ଏଥିରେ ଠିକାଦାର ନିୟୋଜିତ ହେବେନାହିଁ ।

ପ୍ରତି ପ୍ରକଳ୍ପ ପାଇଁ ୧ରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ପ୍ରତି ବ୍ଲକରେ ଜଣେ ଡାଟା ଅପରେଟ୍‌ରଙ୍କୁ ଜିଲ୍ଲାର ଜିଲ୍ଲାପାଳ ନିୟୋଜିତ କରିବେ । ଏହା ସହ ଆଜିର କ୍ୟାବିନେଟ୍‌ ବୈଠକରେ କୃଷି ବିଭାଗ କ୍ୟାଡର ପୁନର୍ବିନ୍ୟାସ ଉପରେ ମଧ୍ୟ ମୋହର ବାଜିଛି । କ୍ୟାବିନେଟ୍‌ରେ ମୋଟ୍‌ ତିନିଟି ପ୍ରସ୍ତାବ ଗୃହୀତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.