Below header

ଟ୍ରେନ୍ ଆସିବାରେ ବିଳମ୍ବ, ଟିକେଟ ପଇସା ଫେରାଇବା ଦାବିରେ ଯାତ୍ରୀ ଘେରିଲେ ଷ୍ଟେସନ୍ ମାଷ୍ଟରଙ୍କୁ

ଭୁବନେଶ୍ବର (କେନ୍ୟୁଜ୍) : ଟ୍ରେନ୍ ଆସିବାରେ ବିଳମ୍ବ ଏବଂ ବାତିଲ ଯୋଗୁଁ ଯାତ୍ରୀ ଅସନ୍ତୋଷ । ଭୁବନେଶ୍ବର ରେଳ ଷ୍ଟେସନରେ ଉତ୍ତେଜନା । ଆଜି ସନ୍ଧ୍ୟାରେ କିଛି ଟ୍ରେନ୍ ପହଞ୍ଚିବାରେ ଅନେକ ବିଳମ୍ବ ହୋଇଛି । ଯାତ୍ରୀମାନେ ଟିକେଟ୍ କିଣି ଦୀର୍ଘ ସମୟ ଅପେକ୍ଷା କରିବା ପରେ ଟ୍ରେନ୍ ନଆସିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଟିକେଟ ବାବଦ ଅର୍ଥ ଫେରାଇବାକୁ ଦାବି କରିଥିଲେ ।

railway station

ଏହାକୁ ନେଇ ସେମାନେ ଷ୍ଟେସନ ମାଷ୍ଟରଙ୍କୁ ମଧ୍ୟ ଘେରାଉ କରି ରଖିଥିଲେ । ସ୍ଥାନୀୟ ଏବଂ ରାଜ୍ୟ ବାହାରୁ ଆସିଥିବା ଯାତ୍ରୀମାନେ ଭୀଷଣ ପାଟିତୁଣ୍ଡ କରିଥିଲେ । ଫଳରେ ଷ୍ଟେସନରେ ଉତ୍ତେଜନା ପ୍ରକାଶ ପାଇଥିଲା । କେତେକ ସ୍ଥାନରେ ରେଳ ରୋକ ପାଇଁ ପୁରୀ-ହାଓଡ଼ା ଭଳି କିଛି ଟ୍ରେନ୍ ବାତିଲ ହୋଇଛି ।  ଆସନ୍ତାକାଲି ୨୫ ତାରିଖରେ ମଧ୍ୟ ପୁରୀ-ହାଓଡ଼ା ଓ ଭୁବନେଶ୍ବର-ହାଓଡ଼ା ଏକ୍ସପ୍ରେସ୍ ମଧ୍ୟ ବାତିଲ ହୋଇଛି ।

railway station 2

ଅନେକ ସମୟ ଧରି ଉତ୍ତେଜନା ଲାଗି ରହିବା ପରେ  ପୋଲିସ୍ ଆସି ବୁଝାସୁଝା କରିଥିଲା ।

rail-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.