Below header

ଆମ୍ବୁଲାନ୍ସ ଯିବା ବେଳେ ଲୋକେ କିଳଭି ଛାଡିବେ ବାଟ? ଏନେଇ କମିଶନରେଟ ପୋଲିସର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: କିଛି ଦିନ ତଳେ ରାଜଧାନୀରେ ଆମ୍ବୁଲାନ୍ସର ବିଳମ୍ବ ନେଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ଶିଶୁର ବାପା । ଏନେଇ ଏବେ ଚର୍ଚ୍ଚା ଯୋର ଧରିଛି । କିଳଭି ଓ କେଉଁଠି ଆମ୍ବୁଲାନ୍ସ ବିଳମ୍ବ ହେଲା, ସେନେଇ ଚାଲିଛି ତଦନ୍ତ । ଏପଟେ କମିଶନରେଟ ପୋଲିସ ଆରମ୍ଭ କରିଛି ସଚେତନତା କାର୍ଯ୍ୟକ୍ରମ । ରାସ୍ତାରେ ଆମ୍ବୁଲାନ୍ସ ଯିବା ସମୟରେ ଲୋକମାନେ କିଳଭି ବାଟ ଛାଡିବେ, ଗାଡିରେ ଯାଉଥିବା ଚାଳକ ରାସ୍ତାର କେଉଁ ପଟରେ ସାଇଡ ଦେବେ, ସେନେଇ ପୋଲିସ ଆରମ୍ଭ କରିଛି ସଚେତନତା କାର୍ଯ୍ୟକ୍ରମ । ରସୁଲଗଡ ସ୍ଥିତ ଏକ ସପିଂମଲ ରେ ଲୋକଙ୍କୁ ସଚେନତା ବାର୍ତ୍ତା ଦେଇଛି ପୋଲିସ । ଉପସ୍ଥିତ ଥିଲେ ପୋଲିସ କମିଶନର, ଟ୍ରାଫିକ୍ ଡିସିପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ । ଆଗକୁ କିଳଭି ଅସୁବିଧା ନହେବ ସେନେଇ ଲୋକଙ୍କୁ ସଚେତନ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.