Below header

ଝାରସୁଗୁଡ଼ା: ମିଳିଲାନି ମହାପ୍ରୟାଣ ଗାଡି, ଘରୋଇ ଶବବୁହା ଗାଡିରେ ଗଲା ମୃତଦେହ

ଝାରସୁଗୁଡ଼ା: ମିଳିଲାନି ମହାପ୍ରୟାଣ ଗାଡି। ଘରୋଇ ଶବବୁହା ଗାଡିରେ ଗଲା ମୃତଦେହ। ତାହା ପୁଣି ଟଙ୍କା ଦେଇ। ଏପରି ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଲଇକେରା ବ୍ଲକ ସାରସମାଲ ଗାଁର ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ମହାପରାୟଣ ଗାଡି ନଥିବାରୁ ହସ୍‌ପିଟାଲରେ ଦୀର୍ଘ ସମୟ ଧରି ମୃତଦେହ ପଡିରହିଥିଲା। ଫଳରେ ପରିବାରଲୋକ ବାଧ୍ୟ ହୋଇ ୧୫୦୦ଟଙ୍କା ଦେଇ ଏକ ଘରୋଇ ଗାଡିରେ ମୃତଦେହକୁ ଘରକୁ ନେଇଥିଲେ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ହସ୍‌ପିଟାଲରେ ମହାପରାୟଣ ଗାଡି ଥିଲା। ଯିଏ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଛି ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି CDMO କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.