ମାଟିରେ ମିଶିଲା କେରଳର ଆଉ ଏକ ବିଶାଳ ଅଟ୍ଟାଳିକା, ଭଙ୍ଗାଗଲା ମରାଡୁରେ ଥିବା ବହୁତଳ ଆପାର୍ଟମେଣ୍ଟ, ଦେଖନ୍ତୁ ଭିଡିଓ…

ମାଟିରେ ମିଶିଲା କେରଳର ଆଉ ଏକ ବିଶାଳ ଅଟ୍ଟାଳିକା । ମରାଡୁରେ ଥିବା ଏହି ବହୁତଳ ଆପାର୍ଟମେଣ୍ଟକୁ ଭଙ୍ଗାଯାଇଛି । ଜୈନ କୋରାଲ କମ୍ପ୍ଲେକ୍ସରେ ଥିବା ଏହି ଆପାର୍ଟମେଣ୍ଟକୁ ଆଜି ଭାଙ୍ଗି ଦିଆଯାଇଛି । ଏହି ବହୁତଳ ଆପାର୍ଟମେଣ୍ଟକୁ ବେଆଇନ ଭାବେ ନିର୍ମାଣ କରାଯାଇଥିଲା । ୪ଟି ବହୁତଳ ଆପାର୍ଟମେଣ୍ଟକୁ ବେଆଇନ ଭାବେ ନିର୍ମାଣ ହୋଇଥିଲା । ଏହା ମଧ୍ୟରୁ ଗତକାଲି ଦୁଇଟି ଭଙ୍ଗାଯାଇଥିବା ବେଳେ ଆଜି ଅନ୍ୟ ଆପାର୍ଟମେଣ୍ଟ ଭଙ୍ଗାଯାଇଛି । ନିୟନ୍ତ୍ରିତ ଚାପ ପ୍ରୟୋଗ କରି ଏହାକୁ ଭଙ୍ଗାଯାଇଛି । କୋଷ୍ଟାଲ ରେଗୁଲେସନ ନର୍ମସ ଉଲ୍ଲଂଘନ ଅଭିଯୋଗରେ ସୁପ୍ରିମକୋର୍ଟ ବହୁ ମହଲା ବିଶିଷ୍ଟ ଅଟ୍ଟାଳିକା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।


 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.