Below header

ଜୟପୁର ସହରରେ ନିଆରା ପୁଷ୍‌ ପୁନେଇଁ ପର୍ବ, ରାଜରାସ୍ତା ପାଲଟିଲା ମୁକ୍ତ ରଙ୍ଗମଞ୍ଚ

ଜୟପୁର (କେ ନ୍ୟୁଜ୍‌) : ନିଆରା ଢ଼ଙ୍ଗରେ ଜୟପୁର ବାସି ପାଳିଲେ ପୁଷପୁନି ଆଉ ସୃଷ୍ଟି ହେଲା ଏକ ଭିନ୍ନ ପରିବେଶ l ଯାହା ମନେ ପକେଇଦେଲା ପୁରୁଣା କଳା ସଂସ୍କୃତି ଓ ପରମ୍ପରା କୁ l ଗତକାଲି ସନ୍ଧ୍ୟାରୁ ରାତି ଯାଏ ଜୟପୁର ସହରରେ ଖୁବ୍‌ ଜମିଲା କଳା ସଂସ୍କୃତିର ଏହି ପର୍ବ । କିଏ ହନୁମାନ କିଏ ପଞ୍ଚୁ ପାଣ୍ଡଵ ଆଉ କିଏ ରାମଚନ୍ଦ୍ର ପୁଣି ଦୁରୁଆ ରମଣୀଙ୍କ ପାରମ୍ପରିକ ଢେମସା ନାଚ ଦର୍ଶକଙ୍କ ମନ ମୋହୁଥିଲା l ସତେ ଯେମିତି ଜୟପୁର ରାଜରାସ୍ତା ପାଲଟି ଯାଇଥିଲା ମୁକ୍ତ ରଙ୍ଗମଞ୍ଚ l ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିଅର, ସ୍ୱେଚ୍ଛାସେବୀ, ବିଧାୟକ ସମସ୍ତେ ଖୁବ୍‌ ଉତ୍ସାହର ସହ ଏଥିରେ ଭାଗ ନେଇଥିଲେ । ନାଚିଥିଲେ, ଝୁମିଥିଲେ ।

PUSHPUNI -1

ଆଦିବାସୀ ପରମ୍ପରାରେ ପୁଷ ପୁନେଇଁ ଏକ ବଡ଼ ପର୍ବ, ଯାହା ଘରେ ଘରେ ପାଳନ ହୁଏ l ଆଉ ବିଶେଷ କରି ଏହା ଚାଷ ପରେ ପରେ ଆମୋଦ ପ୍ରମୋଦର ଏକ ସମୟ ଯାହାକୁ ମନଭରି ଉପଭୋଗ କରନ୍ତି ସମସ୍ତେ l ତେବେ ଆଧୁନିକତା ଭିତରେ ଏହି ପରମ୍ପରା ଲୁଚି ଯାଉଥିବା ବେଳେ କୋରାପୁଟିଆମାନେ ଏମିତି କିଛି ନିଆରା ଢ଼ଙ୍ଗରେ ପୁଷ ପୁନେଇଁ ପାଳିଛନ୍ତି l ଏମାନଙ୍କ ସହିତ ସାମିଲ ହୋଇଥିଲେ ଜୟପୁର ବିଧାୟକ ତାରା ବାହିନୀପତି । ଆଦିବାସୀ ଗୀତର ତାଳେ ତାଳେ କାନ୍ଧରେ କାନ୍ଧ ଓ ପାଦରେ ପାଦ ମିଶାଇ ପୂରା ତାଳରେ ମନ ମୋହିଥିଲେ ଭାଲୁ ଭାଇନା । ତେବେ ଏଭଳି ଏକ କାର୍ଯ୍ୟକ୍ରମକୁ ସମସ୍ତେ ସ୍ୱାଗତ କରିବା ସହ ହୃଦୟର ସହ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.