Below header

ମା’ଙ୍କ ସଂସ୍କାର ହିଁ ବଦଳାଇ ଦେଇଥିଲା ବିବେକାନନ୍ଦଙ୍କ ଜୀବନର ଗତିପଥ, ଈଶ୍ୱରଙ୍କ ପ୍ରତି ବଢିଥିଲା ବିଶ୍ୱାସ

ବିଶ୍ୱ ଦରବାରରେ ଭାରତର ମହାନ ସଭ୍ୟତା, ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ଯିଏ ପରିଚିତ କରାଇଥିଲେ , ସେ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ । ଜୀବନ ତାଙ୍କର ସଂକ୍ଷିପ୍ତ ଥିଲା ସତ, କିନ୍ତୁ କର୍ମରେ ଥିଲା ପରାକାଷ୍ଠା । ନିଜ ସ୍ୱଳ୍ପ ଆୟୁ ଭିତରେ ବି ସେ ଯାହା କରିଥିଲେ, କହିଥିଲେ କି ଅନୁଭବ କରିଥିଲେ ତାହା ହୁଏତ ଜଣେ ସାଧାରଣ ବ୍ୟକ୍ତି ଠାରେ ଅସମ୍ଭବ । ବେଶ ପୋଷାକରେ ସାମାନ୍ୟ ଥିଲେ ବି ବ୍ୟକ୍ତିତ୍ବ ତାଙ୍କର ଥିଲା ଅସାମାନ୍ୟ ଓ ଅସାଧାରଣ । ମୁଖ ମଣ୍ଡଳରେ ଥିଲା ଅପୂର୍ବ ଉଜ୍ଜ୍ୱଳତା, ଆଉ ହୃଦୟରେ ଥିଲା ଦୃଢ ନିର୍ଭିକତା । ତାଙ୍କ ପରି ମହା ପୁରୁଷ ଦ୍ଵିତୀୟ କେହି ଆଉ ହୁଏତ ପୃଥିବୀରେ ଜନ୍ମ ନ ନେଇ ପାରନ୍ତି । ସାଧାରଣ ଜୀବନ ଶୈଳୀ ବିଷୟରେ ତାଙ୍କ ଗୈରିକ ବେଶ ପୋଷକରୁ ହିଁ ସହଜରେ ଠଉରେଇ ହୁଏ ।

swami

ସମଗ୍ର ବିଶ୍ୱକୁ ନିଜ ଔଜ୍ୱଲ୍ୟ ଭାଷଣ ବଳରେ ଚୁପ କରିଥିବା ଏହି ଦେବ ଦୂତ ମହାପୁରୁଷଙ୍କର ଆଜି ୧୫୭ ତମ ଜନ୍ମ ଦିବସ । ସେହି ଉପଲକ୍ଷେ ଆମ ତରଫରୁ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି । ତେବେ ଆସନ୍ତୁ ଜାଣିବା ଏହି ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ବିଷୟରେ କିଛି । କେମିତି କଟିଥିଲା ତାଙ୍କ ଛୋଟ ବେଳ, କେମିତି ଗଢି ଉଠିଥିଲା ଅସାଧାରଣ ବ୍ୟକ୍ତିତ୍ୱ । ୧୮୬୩ ମସିହା ଜାନୁଆରୀ ମାସ ୧୨ ତାରିଖରେ ଜନ୍ମିତ ବିବେକାନନ୍ଦଙ୍କର ଛୋଟ ବେଳର ନାମ ନରେନ୍ଦ୍ର ନାଥ ଦତ୍ତ ଥିଲା । ପିତା କଲିକତା ହାଇକୋର୍ଟରେ ଜଣେ ପ୍ରତିଷ୍ଠିତ ଓକିଲ ଥିଲେ । ଆଉ ଦାଦା ସଂସ୍କୃତ ଓ ପାରସି ଭାଷାରେ ବିଦ୍ୱାନ ଥିବା କାରଣରୁ ଛୋଟ ବେଳରୁ ହିଁ ଏକ ଶୈକ୍ଷିକ ବାତାବରଣରେ ବଢ଼ିଥିଲେ ବିବେକାନନ୍ଦ । ମାତ୍ର ୨୫ ବର୍ଷ ବୟସରେ ହିଁ ଘର ଛାଡି ଜଣେ ସନ୍ୟାସର ଜୀବନ ଅତିବାହିତ କରିଥିଲେ ।

swami

କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଗଠନ ପଛରେ ମା’ ଭୁବନେଶ୍ୱରୀ ଦେବୀଙ୍କର ଏକ ବଡ ଭୂମିକା ଥିଲା । ମା’ ଦିନର ଅଧିକାଂଶ ସମୟ ଧର୍ମପରାୟଣ ମହିଳା ଥିବା ବେଳେ ଦିନର ଅଧିକାଂଶ ସମୟ ଭଗବାନ ଶିବଙ୍କ ଆରାଧନାରେ ହିଁ ବିତାଉଥିଲେ । ମା’ ଙ୍କର ଏହି କର୍ମର ପ୍ରଭାବ ପଡିଥିଲା ବିବେକାନନ୍ଦଙ୍କ ଉପରେ । ସେହିଠାରୁ ହିଁ ତାଙ୍କର ଈଶ୍ୱରଙ୍କ ଉପରେ ଆସ୍ଥା ବଢିଥିଲା । ମା ତଥା ପରିବାରର ଧାର୍ମିକ ତଥା ପ୍ରଗତିବାଦୀ ଚିନ୍ତାଧାରା ହିଁ ତାଙ୍କ ଭିତରେ ଏକ ଭିନ୍ନ ବ୍ୟକ୍ତିତ୍ୱକୁ ଜନ୍ମ ଦେଇଥିଲା । ଛୋଟ ବେଳରୁ ହିଁ ସେ ଖୁବ ନଟ ଖଟିଆ ସ୍ୱାଭାବର ଥିଲେ । ଈଶ୍ୱରଙ୍କ ସମ୍ପର୍କରେ ନିଜ ଗୁରୁ ଓ ମାତା ପିତାଙ୍କୁ କେବେ କେବେ ଏମିତି ପ୍ରଶ୍ନ କରୁଥିଲେ ଯାହାର ଉତ୍ତର ସେମାନଙ୍କ ପାଖରେ ନଥିଲା । ନଅ ଭାଇ ଭଉଣୀଙ୍କ ଭିତରୁ ନରେନ୍ଦ୍ର ନାଥ ଦତ୍ତଙ୍କ ସ୍କୁଲ ଶିକ୍ଷା ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗର ମେଟ୍ରୋପଲିଟାନ ଇନଷ୍ଟିଟ୍ୟୁଟରେ ହିଁ ହୋଇଥିଲା ।

swami

୮ ବର୍ଷ ବୟସରେ ନିଜ ସ୍କୁଲ ଶିକ୍ଷା ଆରମ୍ଭ କରିଥିବା ବେଳେ କଲିକତାରୁ ରାୟପୁର ଯିବା ପୂର୍ବରୁ ସେ ଏହି ସ୍କୁଲରେ ହିଁ ପଢିଥିଲେ । ବିବେକାନନ୍ଦ ଜଣେ ମହାନ ବିଚାରଧାରା ରଖୁଥିବା ବ୍ୟକ୍ତି ଥିଲେ | ତାଙ୍କର ସ୍ବପ୍ନ ଥିଲା କି ସମାଜରେ ଧର୍ମ ଜାତି ନେଇ କୌଣସି ପ୍ରକାରର ଭେଦ ଭାବ ନ ରହୁ । ସନ୍ଥ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ, ହିନ୍ଦୁ ଧର୍ମରେ ଗଭୀର ଆସ୍ଥା ରଖିଥିବା ବିବେକାନନ୍ଦ ବେଦ, ଉପନିଷଦ, ଭାଗବତ ଗୀତା ପରି ପବିତ୍ର ହିନ୍ଦୁ ଶାସ୍ତ୍ର ଗୁଡିକର ଗଭୀର ଅଧ୍ୟୟନ କରିଥିଲେ । ଆମେରିକାର ଚିକାଗୋ ଠାରେ ଅନୁଷ୍ଠିତ ହୋଇଥିବା ସମ୍ମିଳନରେ ଓଜସ୍ବି ଭାଷଣ ଦେଇ ପୂରା ଦୁନିଆ ସାମ୍ନାରେ ହିନ୍ଦୁ ଧର୍ମର ମହାନ ବିଚାରଗୁଡିକୁ ପରିଚିତ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.