ସୋସିଆଲ ମିଡିଆରେ ଭାଇରାଲ ହେଉଛି #koalachallenge, ଯାହାକୁ ଲୋକ ଅଷ୍ଟ୍ରେଲିଆ ଅଗ୍ନି ପୀଡ଼ିତଙ୍କ ପାଇଁ କରୁଛନ୍ତି

ବିଗତ କିଛି ମାସ ହେବ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟାବହ ନିଅାଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି #koalachallenge। ଏହା ଏକ ଅଜବ ଧରଣର ଚ୍ୟାଲେଞ୍ଜ। ବିଶେଷ କରି ଫିଟ୍‌ନେସ ସହ ଜଡ଼ିତ ଲୋକ ଏହି ଚ୍ୟାଲେଞ୍ଜରେ ଭାଗ ନେଉଛନ୍ତି। ସେମାନଙ୍କୁ କୋଆଲା(ଅଷ୍ଟ୍ରେଲିୟାନ୍‌ ଭାଲୁ) ଭଳି ଲଟକିବାକୁ ପଡ଼ୁଛି।

k3

ଏହି ଚ୍ୟାଲେଞ୍ଜକୁ ଏକ କମ୍ପାନୀ ଦ୍ୱାରା ଆରମ୍ଭ କରାଯାଇଛି। ଫିଟ୍‌ନେସ ପାନୀୟ ପ୍ରସ୍ତୁତ କରୁଥିବା FITFAID ନାମକ କମ୍ପାନୀ ଅଷ୍ଟ୍ରେଲିଆ ଜଙ୍ଗଲି ନିଅାଁକୁ ଆୟତ୍ତ କରିବା ଏବଂ ଅଗ୍ନିବିପନ୍ନଙ୍କୁ ସହାୟତା ଯୋଗାଇଦେବା ପାଇଁ ଡୋନେଶନ ଫଣ୍ଡ ସଂଗ୍ରହ କରୁଛି।

k8

କମ୍ପାନୀ ଦାବି କରିଛି ଯେ ‘ଯିଏ ଏହି ଚ୍ୟାଲେଞ୍ଜ ପାଇଁ ପ୍ରୟାସ କରିବ କିମ୍ବା ଚ୍ୟାଲେଞ୍ଜକୁ ପୂରା କରିବ, ସେ #koalachallenge ଲେଖି ସୋସିଆଲ ମିଡିଆରେ ଭିଡିଓ ଅପ୍‌ଲୋଡ୍‌ କରିବ। ଏହା ତରଫରୁ କମ୍ପାନୀ ଅଷ୍ଟ୍ରେଲିଆ ନିଅାଁରେ ପୀଡ଼ିତ ଲୋକଙ୍କ ପାଇଁ ୫ ଡଲାର୍‌ ଡୋନେଟ୍‌ କରିବ।

 

View this post on Instagram

 

For our Aussie friends #koalachallenge @bryceharper_3 #flighton @starting9 @_waavyt

A post shared by LewisFlyersWLAX (@lewisflyerswlax) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.