Below header

ଓଡ଼ିଶା ଉପରୁ ସମ୍ପୂର୍ଣ୍ଣ ଟଳି ନାହିଁ ବାତ୍ୟା ଭୟ, ଆମେରିକୀୟ ପାଣିପାଗ ସଂସ୍ଥା ଆକ୍ୱି ୱେଦର ଦେଲା ସୂଚନା

ଓଡ଼ିଶା ଉପରୁ ସମ୍ପୂର୍ଣ୍ଣ ଟଳି ନାହିଁ ବାତ୍ୟା ଭୟ । ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଆଗକୁ ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳୁ ନାହିଁ । ନୂଆ ମଡେଲ ଦେଖିଲେ ଏହା ଦକ୍ଷିଣ ଭାରତ ଅଭିମୁଖେ ବି ଗତି କରିବା ସମ୍ଭାବନା ରହିଛି । ବାତ୍ୟା ଗତିପଥର ମଡେଲକୁ ଦେଖି ଏହି ପୂର୍ବାନୁମାନ କରିଛି ଆମେରିକୀୟ ପାଣିପାଗ ସଂସ୍ଥା ଆକ୍ୱି ୱେଦର ‌ ବିଭାଗ । ଯଦି ଏହା ରିକର୍ଭ କରିବ ତେବେ ଓଡ଼ିଶା ଆଡକୁ ମୁହାଁଇବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

ଆନ୍ଧ୍ରପ୍ରଦେଶ ଉପକୂଳ, ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରତି ବିପଦ ସୃଷ୍ଟି ପାରେ । ପୂର୍ବରୁ ବିଭିନ୍ନ ପାଣିପାଗ ଗବେଷଣା ସଂସ୍ଥା ପୂର୍ବାନୁମାନ କରିଥିଲେ  ଯେ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଲେ ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବ । କିନ୍ତୁ ବର୍ତ୍ତମାନ ସ୍ଥିତି ଅନୁସାରେ ଦକ୍ଷିଣ ଭାରତରେ ଏହାର ପ୍ରଭାବ ପଡିପାରେ । ଆକ୍ୱି ୱେଦର ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ଆସନ୍ତା ସପ୍ତାହରେ ଏହା ବାତ୍ୟାର ରୂପ ନେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.