ଗଞ୍ଜାମରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ପରେ ସଜାଗ ସ୍ୱାସ୍ଥ୍ୟ ବିଭାଗ

ଗଞ୍ଜାମରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ପରେ ସଜାଗ ସ୍ୱାସ୍ଥ୍ୟ ବିଭାଗ । ବୋଟ୍‌, ବସ୍‌ ଓ ଟ୍ରେନ୍‌ ଯୋଗେ ବାହାର ରାଜ୍ୟରୁ ପ୍ରାୟ ୨୦ହଜାର ପ୍ରବାସୀ ଓଡ଼ିଆ ଆସିସାରିଲେଣି। ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ ଗଞ୍ଜାମ ଜିଲ୍ଲା ଗସ୍ତ କରିଛି । ସେହିପରି ଭୁବନେଶ୍ୱର ଆରଏମଆରସିର ବୈଜ୍ଞାନିକ ଜୟସିଂହ ଖତ୍ରି ବି ଜିଲ୍ଲାରେ ପରିସ୍ଥିତିର ସମୀକ୍ଷା କରୁଛନ୍ତି । ବିଶେଷକରି ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ଜୋନରେ ତଦାରଖ ଚାଲିଛି । ଏଥିସହ ଏମକେସିଜି ମେଡିକାଲରୁ ଏକ ଆରଆରଟି ଟିମ ଗଠନ କରାଯାଇଛି । ବ୍ରହ୍ମପୁରରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଉମାଶଙ୍କର ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.