ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ: ଆଗାମୀ ୩ ଦିନ ଯାଏ ବର୍ଷାର ପରିମାଣ କମ ରହିବ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ମୌସୁମୀ ଦୁର୍ବଳ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ଯୋଗୁଁ କମିଛି ବର୍ଷାର ପରିମାଣ। ଆଗାମୀ ୩ଦିନ ଯାଏ ବର୍ଷାର ପରିମାଣ କମ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଏହି ତିନିଦିନ ମଧ୍ୟରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ବିଜୁଳି ଓ ଘଡ଼ଘଡ଼ି ପାଇଁ ଚେତାବନୀ ଜାରି ହୋଇଛି। ଆଗାମୀ ୨୪ ଘଣ୍ଟାରେ ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଗଷ୍ଟ ୧ରୁ ବର୍ଷାର ସାମାନ୍ୟ ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ମୌସୁମୀ ଦୁର୍ବଳ ରହିଥିବାରୁ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ଜୁନ ୧ରୁ ଏଯାଏ ୪୯୮. ୪ମିମି ବର୍ଷା ହୋଇଛି। ଏହି ସମୟରେ ବର୍ଷାର ସ୍ୱାଭାବିକ ପରିମାଣ ୫୧୫. ୬ମିମି। ୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ୩ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୨୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୨ଟି ଜିଲ୍ଲା ସୁନ୍ଦରଗଡ଼ ଓ ସମ୍ବଲପୁରରେ ନିଅଣ୍ଟିଆ ବର୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.