ରୋଜଗାର ଠାରୁ ଅଧିକ ହେଉଛି କି ଖର୍ଚ୍ଚ, କରନ୍ତୁ ଏହି ଜ୍ୟୋତିଷ ଉପାୟ,ପାଇବେ ଏଥିରୁ ମୁକ୍ତି

ବହୁବାର ବାଧ୍ୟବାଧକତାରେ ଆମେ ଅନ୍ୟ ଆଗରେ ହାତ ପାତିବାକୁ ପଡ଼ିଥାଏ । ହେଲେ କରଜ ନେବା ତ ସହଜ କିନ୍ତୁ ଏହାକୁ ଶୁଝିବାକୁ ଗଲା ବେଳେ ବହୁ ପ୍ରକାର ଅସୁବିଧାର ସାମନା କରିବାକୁ ପଡିଥାଏ । କରଜ ବୋଝ ହେଲେ ଏଥିରୁ ମୁକ୍ତି ପାଇବାର ଉପାୟ ମଧ୍ୟ ରହିଛି ।

ଯେତେବେଳେ ରୋଜଗାର ଠାରୁ ଖର୍ଚ୍ଚ ଅଧିକ ହୋଇଯାଏ, ଆମେ ବ୍ୟାଙ୍କ ହେଉ ବା ବନ୍ଧୁଙ୍କ ଠାରୁ କରଜ ନେଇଥାଉ । ବେଳେ ବେଳେ ଏହା ଆମର ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାର ପ୍ରତିକାର ଦିଆଯାଇଛି । ଆସନ୍ତୁ ଜାଣିବା କିପରି ପାଇବେ ଏଥିରୁ ମୁକ୍ତି ।

କରଜରୁ ମୁକ୍ତି ଉପାୟ :

ଜ୍ୟୋତିଷ ଶାସ୍ତ୍ରରେ ଶନିବାର କିମ୍ବା ମଙ୍ଗଳବାର ହନୁମାନଜୀଙ୍କ ମନ୍ଦିରକୁ ଯାଇ ହନୁମାନଜୀଙ୍କୁ ତେଲ ଅର୍ପଣ କରିବା ସହ ଘରେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା କରଜ ସମ୍ପର୍କୀୟ ଅସୁବିଧା ଦୂର ହୋଇଥାଏ ।

ମାନ୍ୟତା ରହିଛି, ପ୍ରତି ମାସର ଶୁକ୍ଳ ପକ୍ଷ ବୁଧବାରକୁ ‘ଋଣହର୍ତ୍ତା ଗଣେଶ ସ୍ତୋତ୍ର’ ପାଠ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହାଛଡ଼ା କରଜରୁ ମୁକ୍ତି ପାଇଁ ପ୍ରତି ମାସର ଶୁକ୍ଳ ପକ୍ଷ ବୁଧବାରକୁ ସବା ପାଓ (୩୧୨.୫ ଗ୍ରାମ) ମୁଗ ସିଝାଇ ସେଥିରେ ଘିଅ ଓ ଚିନି ମିଶାନ୍ତୁ । ଏହାକୁ କୌଣସି ଗାଇକୁ ଖାଇବାକୁ ଦିଅନ୍ତୁ । କରଜରୁ ମୁକ୍ତି ମିଳିବ ।

ଜୀବନରେ ଆର୍ଥିକ ସମସ୍ୟା ବା କରଜ ଯଦି ବଢ଼ୁଥାଏ, ଏଥିରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଅନୁସାରେ ପ୍ରତି ମଙ୍ଗଳବାର ଶିବ ଲିଙ୍ଗ ଉପରେ ଦୁଧ ଓ ଜଳରେ ଅଭିଶେକ କରି ମଶୁର ଡାଲି ଅର୍ପଣ କରନ୍ତୁ । ଏହା ପରେ ଶିବଜୀଙ୍କ ଆଗରେ ବସି ଋଣ ମୁକ୍ତେଶ୍ୱର ମନ୍ତ୍ର ‘ଓଁ ଋଣମୁକ୍ତେଶ୍ୱର ମହାଦେବାୟ ନମଃ’ ୧୦୮ ଥର ଜପ କରନ୍ତୁ । ଶୀଘ୍ର ଆପଣଙ୍କୁ ସକରାତ୍ମକ ପରିଣାମ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.