ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଗଠନ ହେଲା ୧୪ ଜଣିଆ ବିଶେଷଜ୍ଞ କମିଟି, ୧୦ ଦିନ ଭିତରେ ପ୍ରଦାନ କରିବେ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଗଠନ ହେଲା ୧୪ ଜଣିଆ ବିଶେଷଜ୍ଞ କମିଟି । ଗଠନ କଲା ସିଏଚ୍ଏସ୍ଇ । ୧୦ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବ କମିଟି । ରିପୋର୍ଟ ଆଧାରରେ ମାନଦଣ୍ଡ ନିର୍ଦ୍ଧାରଣ ହେବ । ସେହି ଅନୁସାରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ । ତେବେ CBSE ଓ ICSE ମୂଲ୍ୟାୟନ ପଦ୍ଧତିକୁ ଅନୁଧ୍ୟାନ କରିପାରେ କମିଟି ।
ଡେଡଲାଇନ ଅନୁସାରେ ଫଳ ପ୍ରକାଶ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋଭିଡର ସେକେଣ୍ଡ ୱେଭ୍ ପ୍ରଭାବକୁ ଦେଖି ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଛି । ମୂଲ୍ୟାଙ୍କନକୁ ନେଇ ଛାତ୍ରଛାତ୍ରୀମାନେ ଆଶା ଓ ଆଶଙ୍କା ମଧ୍ୟରେ ଅଛନ୍ତି ।