Below header

ଛୁଟିରେ ଆସି ସେନା କର୍ମଚାରୀଙ୍କ ଦବଙ୍ଗଗିରି: ଗୋଡ଼ାଇ ଗୋଡାଇ ଯୁବତୀଙ୍କୁ କଲେ ଆକ୍ରମଣ

ସିସିଟିଭିରେ ଭିଡିଓ ଭାଇରାଲ

ସୋର: ସେନା କର୍ମଚାରୀଙ୍କ ଦବଙ୍ଗଗିରି। ଛୁଟିରେ ଆସି ଯୁବତୀଙ୍କୁ ଗୋଡ଼ାଇ ଗୋଡାଇ ଆକ୍ରମଣ ଅଭିଯୋଗ । ସିସିଟିଭିରେ ଭିଡିଓ ଭାଇରାଲ ପରେ ଗିରଫ ହେଲେ ସେନା କର୍ମଚାରୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟଣା ଘଟିଥିବା ଜଣାପଡିଛି। ଯୁବତୀଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ରୂପଖଣ୍ଡ ଗାଁରେ ।

ସେନା କର୍ମଚାରୀ ଜଣକ ହେଲେ ସେହି ଗାଁର ବିଜୟ ବେହେରା। ସେ ଆସାମ ରାଇଫଲ୍ସରେ କାର୍ଯ୍ୟରତ। ଗୋଡେଇ ଗୋଡେଇ ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ନେଇ ଯୁବତୀ ଜଣକ ସୋର ଥାନାରେ ଅଭିଯୋଗ କରିଥିଲେ। ସୋର ପୋଲିସ ଘଟଣାର ତଦନ୍ତ କରି ସେନା କର୍ମଚାରୀ ଓ ତାଙ୍କ ଭାଇଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.