ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ ନେଲେ ବିରାଟ, ଟିକାକୁ ନେଇ ଫ୍ଯାନଙ୍କୁ କଲେ ଖାସ୍ ଅପିଲ୍

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କରୋନା ଭାଇରସର ପ୍ରଥମ ଟିକା ଡୋଜ ନେଇଛନ୍ତି। କୋହଲି କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ବିରାଟଙ୍କ ପୂର୍ବରୁ ଅଜିଙ୍କ୍ଯ ରାହାଣେ ଏବଂ ଶିଖର ଧୱନ ମଧ୍ୟ କରୋନା ଭ୍ଯାକସିନ ନେଇସାରିଛନ୍ତି।

ଟିମ୍ ଇଣ୍ଡିଆ ୨ ଜୁନରେ ଇଂଲଣ୍ଡ ଗସ୍ତ କରିବ। ଏହା ପୂର୍ବରୁ ଟିମର ଖେଳାଳିମାନେ ଭ୍ଯାକସିନ ନେବେ। ଟିମ୍ ଇଣ୍ଡିଆ ୧୮-୨୨ ଜୁନ ଯାଏ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବ। ଏହା ପରେ ଅଗଷ୍ଟ- ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ଯାଚର ଟେଷ୍ଟ ସିରିଜ ଖେଳିବ। କୋହଲି ଟିକା ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ତେଣୁ ସେ ନିଜ ଫ୍ଯାନମାନଙ୍କୁ ଟିକା ନେବା ପାଇଁ ଅପିଲ କରିଛନ୍ତି। କୋହଲି କହିଛନ୍ତି‘ ପ୍ଲିଜ, ଖୁବଶୀଘ୍ର ଟିକା ଲଗାଇ ନିଅନ୍ତୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.