କିଟ୍‍ ଓ ରୋଟାରୀର ମିଳିତ ଉଦ୍ୟମରେ କନ୍ଧମାଳରେ ହେବ ଚକ୍ଷୁ ଚିକିତ୍ସାଳୟ, ଖୁବ୍‍ ଶୀଘ୍ର ଜନସାଧାରଣଙ୍କ ଲାଗି କରାଯିବ ଉତ୍ସର୍ଗ

ଭୁବନେଶ୍ୱର(କେନ୍ୟୁଜ୍):  କିଟ୍‍ ଓ ରୋଟାରୀ ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠା ହେବ ବୋଲି ରୋଟାରୀ ଇଣ୍ଟରନ୍ୟାସ୍‍ନାଲ୍‍ର ସଭାପତି ଶେଖର ମେହଟା ଆଜି ସୂଚନା ଦେଇଛନ୍ତି । କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ଶ୍ରୀ ମେହଟା ଆଜି ଏହି ଘୋଷଣା କରିଛନ୍ତି । କିଟ୍‍ ପରିସରରେ ଅନୁଷ୍ଠିତ ନଲେଜ ଟ୍ରି ବକ୍ତୃତାମାଳରେ ଉଦ୍‍ବୋଧନ ଦେବା ସହ ଶ୍ରୀ ଶ୍ରୀ ମେହଟା କହିଲେ କିଟ୍‍ ଓ ରୋଟାରୀର ଆଭିମୁଖ୍ୟ ସମାନ ହୋଇଥିବାରୁ ମିଳିତ ଭାବେ ଜନସେବା ଉଦ୍ଦେଶ୍ୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠା ହେବ । ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଖୁବ୍‍ ଶୀଘ୍ର ଏହା ଜନସାଧାରଣଙ୍କ ଲାଗି ଉତ୍ସର୍ଗ କରାଯିବ । ଏହି ଅବସରରେ ଶ୍ରୀ ମେହଟାଙ୍କୁ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଉଥିବା ଶ୍ରୀ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆର୍ଟ ଅଫ୍‍ ଗିଭିଂ’ର ଗ୍ଲୋବାଲ୍‍ ଗୁଡ୍‍ ଉଇଲ୍‍ ଆମ୍ବାସାଡାର ଘୋଷଣା କରାଯାଇଥିଲା । ଗ୍ଲୋବାଲ୍‍ ଗୁଡ୍‍ ଉଇଲ୍‍ ଆମ୍ବାସାଡାର ଭାବେ ଆର୍ଟ ଅଫ୍‍ ଗିଭିଂର ବାର୍ତ୍ତା ଦୟା ଓ ଆନନ୍ଦର ଜୀବନ ଦର୍ଶନକୁ ସେ ସମଗ୍ର ବିଶ୍ୱରେ ପହଞ୍ଚାଇବେ ।

kiit rotary

ଏହି ଅବସରରେ ରୋଟାରୀ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ରୋଟାରିଆନ୍‍ ଭାବେ ପିନ୍‍ କରାଯାଇଥିଲା । ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ ରୋଟାରୀ କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା କରିବା ସହ ଶ୍ରୀ ମେହଟାଙ୍କ ସହ ଦୀର୍ଘ ଦିନର ବନ୍ଧୁତା ଏବଂ ସେ କିଟ୍‍ ଓ କିସ୍‍ର ଜଣେ ଶୁଭେଚ୍ଛୁ ବୋଲି କହିଥିଲେ । ଆଜି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ର ବରିଷ୍ଠ ପଦାଧିକାରୀ ଓ ଲାୟନ୍‍ ଡିଷ୍ଟ୍ରିକ୍‍ଟ ଗଭର୍ଣ୍ଣରଙ୍କ ଉପସ୍ଥିତିରେ ଶ୍ରୀ ମେହଟାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଡିଷ୍ଟ୍ରିକ୍‍ଟ ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ ପାଣି, ଆରବିଏଲ୍‍ ବ୍ୟାଙ୍କର ମୁଖ୍ୟ ମାନବସମ୍ବଳ ଅଧିକାରୀ ଶାନ୍ତା ଭାଲୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.