Below header

ସବ୍ୟସାଚୀଙ୍କ ବିରୋଧରେ ଲିଗାଲ ନୋଟିସ ଜାରି, ମଙ୍ଗଳସୂତ୍ର ବିଜ୍ଞାପନରେ ଅର୍ଦ୍ଧନଗ୍ନ ମଡେଲଙ୍କୁ ନେଇ ବଢିଛି ଅଡୁଆ

ନିକଟରେ ଲୋକପ୍ରିୟ ଫ୍ୟାଶନ ଡିଜାଇନର ସବ୍ୟସାଚୀ ନିଜର ନୂଆ କଲେକ୍ସନକୁ ନେଇ ଟ୍ରୋଲିଂର ଶିକାର ହୋଇଥିଲେ। ଖାସ୍‌ ଏଥିପାଇଁ ଅଡୁଆରେ ଫସିଛନ୍ତି ବି ଟାଉନର ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ । ଏନେଇ ସବ୍ୟସାଚୀଙ୍କ ବିରୋଧରେ ଆଇନଗତ ନୋଟିସ ଜାରି ହୋଇଛି। ବମ୍ବେ ହାଇକୋର୍ଟ ଓକିଲ ଆଶୁତୋଷ ଦୁବେ ଆଇନଗତ ନୋଟିସ ପଠାଇ ମଙ୍ଗଳସୂତ୍ର ବିଜ୍ଞାପନ ନେଇ ଆପତ୍ତି ଉଠାଇଛନ୍ତି।

ହିନ୍ଦୁ ଧର୍ମରେ ସଧବା ନାରୀ ପାଇଁ ମଙ୍ଗଳସୂତ୍ରର ମହତ୍ତ୍ୱ ଅଧିକ ରହିଥିବା ବେଳେ ପୋଷ୍ଟରରେ କିନ୍ତୁ ଏହାକୁ ଅତି ଶସ୍ତା ଢଙ୍ଗରେ ପ୍ରଦର୍ଶିତ କରାଯାଇଥିବା ଅଭିଯୋଗ ହୋଇଛି। ଏହା ହିନ୍ଦୁ ସଂସ୍କୃତିର ଅପମାନ, ସଂସ୍କୃତିକୁ ଆଘାତ ଦେଇଛି। ଏହି ବିଜ୍ଞାପନ ହିନ୍ଦୁ ସଂସ୍କୃତି ଉପରେ ଆକ୍ରମଣ ଏବଂ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ବହୁ ସୋସିଆଲ ମିଡିଆ ୟୁଜର ଅଭିଯୋଗ କରିଛନ୍ତି। ରୁଚିହୀନ ଓ ଅଶ୍ଳୀଳ ବିଜ୍ଞାପନକୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରାଯାଇଛି।

ବୁଧବାର ସବ୍ୟସାଚୀଙ୍କ ନୂଆ ଅଳଙ୍କାରର ବିଜ୍ଞାପନ କ୍ୟାମ୍ପେନ୍‌ ଆରମ୍ଭ ହୋଇଥିଲା। ଏହାପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଏହା ମଙ୍ଗଳସୂତ୍ର ବିଜ୍ଞାପନ ନା ଲିଙ୍ଗେରି ବିଜ୍ଞାପନ ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି । ସବ୍ୟସାଚୀ ‘ଇଣ୍ଟିମେଟ୍‌ ଫାଇନ୍‌ ଜୁଏଲାରୀ’ ନାମରେ ନିଜର ଏକ ନୂଆ ଜୁଏଲେରୀ କଲେକସନ୍‌ ଲଞ୍ଚ କରିଛନ୍ତି । ଏଥିସହ ସେ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ମଡେଲଙ୍କ ଫଟୋ ସେୟାର କରିଛନ୍ତି । ଏଥିରେ ମଡେଲମାନେ ନୂଆ କରି ଲଞ୍ଚ ହୋଇଥିବା ମଙ୍ଗଳସୂତ୍ରକୁ ପିନ୍ଧିଥିଲେ । ଏକ ରୟାଲ ବେଙ୍ଗଲ ମଙ୍ଗଳସୂତ୍ର ୧.୨ ବଙ୍ଗାଲ ଟାଇଗର ଆଇକନ vvs ହିରୋ, କଳା ଗୋମେଦ ଓ କଳା ତାମଚୀନୀ ସହ ୧୮ କ୍ୟାରେଟ ସୁନା ହାରର ଝୁମକା ଓ ସିଗାରେଟ ରିଙ୍ଗସର କଲେକ୍ସନ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.