ବିଲ ମଝିରୁ ମା ପୁଅଙ୍କ ମୃତଦେହ ଉଦ୍ଧାର, କିଭଳି ଓ କାହିଁକି ଉଭୟ ମୃତ୍ୟୁ ବରଣ କଲେ ତାର ତଦନ୍ତ ଜାରି

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁର ଚାଷଜମିରେ ମା ଓ ପୁଅଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ଶାଳଣିଆ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ସୂଚନା ମିଳିଛି। ପୁଅ ସନ୍ତା ଦାସ ଓ ମା ଜେମା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନେକ ଦିନ ଧରି ଏହି ଅଞ୍ଚଳରେ ଭିକ ମାଗି ଗୁଜୁରାଣ ମେଣ୍ଟାଉ ଥିଲେ। ଉଭୟଙ୍କ ମୃତଦେହ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ତେବେ କିଭଳି ଓ କାହିଁକି ଉଭୟ ମୃତ୍ୟୁ ବରଣ କଲେ ତାର କାରଣ ଖୋଜୁଛି ପୋଲିସ। ଅଂଶୁଘାତ ରେ ମୃତ୍ୟୁ ଘଟିଥିବା ଲୋକେ ଅନୁମାନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.