ଆଜିଠୁ ମହାପ୍ରଭୁଙ୍କ ଅଣସର ସେବା

ଆଜିଠୁ ମହାପ୍ରଭୁଙ୍କ ଅଣସର ସେବା । ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଶ୍ରୀଜିଉ । ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଉପଶମ ପାଇଁ ଆରମ୍ଭ ହୋଇଛି ଉପଚାର ।

ପୁରୀ(କେନ୍ୟୁଜ୍‌) : ଆଜିଠୁ ମହାପ୍ରଭୁଙ୍କ ଅଣସର ସେବା । ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଶ୍ରୀଜିଉ । ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଉପଶମ ପାଇଁ ଆରମ୍ଭ ହୋଇଛି ଉପଚାର ।

ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆରମ୍ଭ କରିଛନ୍ତି ଗୁପ୍ତସେବା । ୧୫ ଦିନ ଧରି ଏବେ ଦଇତାପତି ସେବାୟତ ମହାପ୍ରଭୁଙ୍କ ସେବାଶୁଶ୍ରୁଷା କରିବେ । ଏହି ସମୟରେ ଦଇତାପତି ସେବାୟତଙ୍କ ବ୍ୟତୀତ ଅନ୍ୟ କୌଣସି ସେବାୟତ ଓ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନଥାନ୍ତି ।

ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି । ୧୫ ଦିନ ତୁଳସୀ ଲାଗି ହେବା ବଦଳରେ ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ । ପଣା ଓ ଚକଟା ଭୋଗ ଲାଗି କରାଯାଏ । ଏବେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.