ପୁଣି ଜଙ୍ଗଲରୁ ଉଦ୍ଧାର ହୋଇଛି ଛୁଆ ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଙ୍ଗଲରୁ ଉଦ୍ଧାର ହୋଇଛି ଛୁଆ ହାତୀର ମୃତଦେହ। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରୁ ମୃତଦେହ ଉଦ୍ଧାର କରାଯାଇଛି।

କେନ୍ଦୁଝର (କେନ୍ୟୁଜ): ପୁଣି ହାତୀ ମୃତ୍ୟୁ। ଜଙ୍ଗଲରୁ ଉଦ୍ଧାର ହୋଇଛି ଛୁଆ ହାତୀର ମୃତଦେହ। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରୁ ମୃତଦେହ ଉଦ୍ଧାର କରାଯାଇଛି। ହାତୀର ବୟସ ପାଖାପାଖି ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ଆଜି ସକାଳେ ଜଙ୍ଗଲକୁ ଯାଇଥିବାବେଳେ ହାତୀ ମରି ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ କିପରି ଛୁଆ ହାତୀର ମୃତ୍ୟୁ ହେଲା ସେନେଇ କାରଣ ଅସ୍ପଷ୍ଟ ରହିଛି।

You might also like