Below header

ଆନ୍ଧ୍ରର ଅନ୍ଧ ପ୍ରଶାସନ, ସୀମା ବିଦାଦ ସୁପ୍ରିମକୋର୍ଟରେ ଥିବା ବେଳେ କୋଟିଆର ଲୋକଙ୍କୁ ସରକାରୀ ଚାଉଳ ବାଣ୍ଟିବ ଆନ୍ଧ୍ର

କୋରାପୁଟ(କେନ୍ୟୁଜ୍): କୋଟିଆର ବିବାଦୀୟ ଗ୍ରାମର ଉଦ୍ୟାନ କୃଷକ ଓ ଲୋକଙ୍କୁ ସରକାରୀ ଚାଉଳ ବାଣ୍ଟିବ ଆନ୍ଧ୍ର । ଏହା ସହ କାର୍ଡ ନଥିବା ଲୋକଙ୍କୁ ନୂତନ କାର୍ଡ ଯୋଗାଇଦେବ । ଏଭଳି ପ୍ରତିଶ୍ରୁତି ଦେଇଛି ଆନ୍ଧ୍ରର ବିଜୟନଗରମ ଯୋଗାଣ ଅଧିକାରୀ । କୋଟିଆକୁ ନେଇ ଆନ୍ଧ୍ର ତାର ଆଭିମୁଖ୍ୟକୁ ତୀବ୍ର କରିଛି । ଗତ  ଅଗଷ୍ଟ  ୩୧ ତାରିଖରେ  ରାଜନୈତିକ ସ୍ତରରେ  ସୀମା ବିବାଦର ସମାଧାନ କରିବାନେଇ ଆନ୍ଧ୍ର ଓ ଓଡିଶା ସରକାରକୁ ସୁପ୍ରିମକୋର୍ଟ ନିର୍ଦେଶ ଦେବାପରେ  ଆନ୍ଧ୍ର କୋଟିଆକୁ ନେଇ ପୁର୍ବାପେକ୍ଷା ସକ୍ରିୟ ହୋଇପଡିଛି । ଗତ ୮ ଦିନ ମଧ୍ୟରେ ୪ ଥର ଆନ୍ଧ୍ର ଅଧିକାରୀମାନେ କୋଟିଆ ଗସ୍ତ କରି ଆନ୍ଧ୍ର ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକୁ ପହଞ୍ଚାଇବାକୁ ଚେଷ୍ଟା ଚଲାଇଛନ୍ତି ।

 କୋଟିଆର ଉଦ୍ୟାନ କୃଷକ ମାନଙ୍କ ପାଇଁ ସରକାରୀ  ରେସନ ଚାଉଳ କିଭଳି  ପହଞ୍ଚାଯିବ ଓ କାର୍ଡ ନଥିବା ଲୋକଙ୍କୁ ନୂତନ ଚାଉଳ କାର୍ଡ  ଯୋଗାଇଦେବା ନେଇ ଧୁଳିପଦର ଠାରେ ସଚେତନତା ଶିବିରର ଆୟୋଜନ କରି ଲୋକଙ୍କୁ ବୁଝାଇଛନ୍ତି ।

ଏଥିରେ ଆନ୍ଧ୍ର ପ୍ରଦେଶ ବିଜୟ ନଗରମ ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ମାର୍କେଟିଂ ଅଧିକାରୀ,ସାଲୁର ମଣ୍ଡଳ ଯୋଗାଣ ଅଧିକାରୀ , ସାଲୁର ପୋଲିସ ଉପସ୍ଥିତ ରହି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି ।  ଏହା ସହ  କୋଟିଆର ଚାଷୀଙ୍କୁ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି । କୋଟିଆର ବିବାଦୀୟ ଗ୍ରାମର ଲୋକେ ସଚେତନତା ସଭାରେ ଯୋଗଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.