Below header

ମୟୂରଭଞ୍ଜ: ଶୁକୃଳି ବ୍ଲକ କଲୋନୀରେ ନିଆଁ, ଆୟତ୍ତ କଲା ଅଗ୍ନିଶମ ବିଭାଗ

କରଞ୍ଜିଆ(କେନ୍ୟୁଜ୍):  ସନ୍ଧ୍ୟା ୮ଟା ୧୦ ପାଖାପାଖି  ଶୁକୃଳି ବ୍ଲକ କଲୋନୀରେ ଜଣକ ଘରେ ନିଆଁ ଲାଗିଛି । ବ୍ଲକ କଲୋନୀରେ ରହୁଥିବା  ଏସ.ସି.ପି ଝରଣା ମୁର୍ମୁ  ଘରେ  ହଠାତ ନିଆଁ ଲାଗିଯାଇଥିଲା । ଗୋଟିଏ ଘରେ ନିଆଁ ଲାଗିବା କାରଣରୁ କଲୋନୀ ଲେକମାନେ ଆତଙ୍କିତ ହେଇପଡିଥିଲେ ।

ଘରେ ନିଆଁ ଲାଗିବା କାରଣରୁ ଅନେକ ମୃଲ୍ୟବାନ ଜିନିଷ ପୋଡି ନଷ୍ଟ ହେଇଯାଇଛି । ନିଆଁ ଲାଗିବା ଫଳରେ କଲୋନୀ ପୂରା ଧୂଆଁମୟ ହୋଇ ଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ  ଲୋକେ ଶୁକୃଳି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ।  ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନେକ କଷ୍ଟରେ  ନିଆଁକୁ ଆୟତ୍ତ କରିବାରେ ସଫଳ ହେଇଥିଲେ। ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.