Below header

ରାୟଗଡା: ଓଡିଶାରେ ପୁଣି ଆନ୍ଧ୍ରର ଦାଦାଗିରି, ଗୁଣପୁର ମରମା ପଞ୍ଚାୟତର ଇରିଡି ଘାଟିରେ କରୁଛି ରାସ୍ତା ନିର୍ମାଣ

ରାୟଗଡା: ଓଡିଶାରେ ଆନ୍ଧ୍ରର ଦାଦାଗିରି । ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ମାଡି ଚାଲିଛି ଆନ୍ଧ୍ର । ରାୟଗଡା ଜିଲ୍ଲା ଗୁଣପୁର ମରମା ପଞ୍ଚାୟତର ଇରିଡି ଘାଟିରେ ଏବେ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର । ଓଡିଶାର ୧ କିଲୋମିଟରରୁ ଉର୍ଦ୍ଧ୍ୱ ସୀମା ଜମି ଭିତରେ ପଶି ରାସ୍ତା ନିର୍ମାଣ କରି ସାରିଛି । ଆଉ ୧ କିଲୋମିଟର ରାସ୍ତାରେ କଲଭର୍ଟ ନିର୍ମାଣ ସହ ଅନେକ ପରିମାଣରେ ରାସ୍ତା ତିଆରି କରୁଛି ।

ଆନ୍ଧ୍ର ୧ ବର୍ଷ ଧରି ରାସ୍ତା ତିଆରି କରୁଥିବାବେଳେ ସ୍ଥାନୀୟ ପ୍ରଶାସନ କିପରି ଜାଣିପାରିଲେନି ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଉପଜିଲ୍ଲାପାଳ ସେହି ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସୀମା ଫଳକ ଲଗାଇବାକୁ ବ୍ଲକ ଓ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଉପଜିଲ୍ଲାପାଳଙ୍କ ଗସ୍ତ ପରେ ରାସ୍ତାକାମ ବନ୍ଦ ରହି ଫଳକ ନିର୍ମାଣ କାମ ଆରମ୍ଭ ହୋଇଛି । ଏସମ୍ପର୍କରେ ରାୟଗଡା ଜିଲ୍ଲାପାଳଙ୍କୁ ଅବଗତ କରିଥିବା କହିଛନ୍ତି ଉପଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.