Below header

କେନ୍ଦୁଝର ପିପିଳିଆ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ଘଟଣା, ଅଭିଯୁକ୍ତ ଗିରଫ କଲା ଘଟଗାଁ ପୋଲିସ୍

ଘଟଗାଁ: କେନ୍ଦୁଝର ଜିଲ୍ଲା ପିପିଳିଆ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ଘଟଣାର ଅଭିଯୁକ୍ତ ଗିରଫ । ଗତକାଲି ଅଭିଯୁକ୍ତକୁ ଗିରଫ କରିଛି ଘଟଗାଁ ପୋଲିସ । ଗତ ଶନିବାର ରାତିରେ ଜଣେ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ସୂଚନାନୁଯାୟୀ, ଆଇଟିସି କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଆଶୁତୋଷ ଅଗ୍ରଓ୍ଵାଲଙ୍କ ମ୍ୟାନେଜର ଓ ୨ ଜଣ କର୍ମଚାରୀ ଘଟଗାଁ ଓ ହରିଚନ୍ଦନପୁର ଅଂଚଳରୁ ଟଙ୍କା କଲେକ୍ସନ କରି ଫେରୁଥିଲେ ।

ଏହି ସମୟରେ ପିପିଳିଆ ନିକଟରେ ବିଳମ୍ବିତ କିଛି ଦୁର୍ବୁତ କାର୍‌ରେ ଆସି ସେମାନଙ୍କୁ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଫେରାର ହୋଇଯାଇଥିଲେ । ଏନେଇ ଘଟଗାଁ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପରେ ମୟୁରଭଞ୍ଜ ଜିଲ୍ଲା ରରୁଆଁ ଅଂଚଳରୁ ଉଗ୍ରେସନ ବାନସିଂକୁ ପୋଲିସ ଗିରଫ କରିଛି । ତା ନିକଟରୁ ଏକ କାର ଓ ୧ ଲକ୍ଷ ଟଙ୍କା ଜବତ କରାଯାଇଥିବା ଘଟଗାଁ ଏସଡିପିଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.