ମସ୍‌ଜିଦ୍‌ ର ମାଇକ୍‌ ଅନ୍‌ କରି ଶୋଇପଡ଼ିଲେ ମୌଲବି, ରାତି ସାରା ଶୋଇ ନପାରି ଲୋକେ ହଇରାଣ

ମସ୍‌ଜିଦ୍‌ର ଜଣେ ମୌଲବୀଙ୍କ ଗୋଟିଏ ଭୂଲ୍‌ ପାଇଁ ସାରା ସହରର ଲୋକ ଶୋଇ ପାରିନାହାଁନ୍ତି । ଘଟଣାଟି ଏମିତି, ଜଣେ ମୌଲବୀ ରାତିରେ ମାଇକ୍‌ ବନ୍ଦ କରିବା ଭୂଲିଯାଇ ଶୋଇ ପଡ଼ିଥିଲେ । ଫଳରେ ସାରା ରାତି ତାଙ୍କ ଘୁଙ୍ଗୁଡ଼ିର ଶବ୍ଦ ସହର ସାରା ଗୁଞ୍ଜୁରିତ ହେଉଥିଲା । ଲୋକେ ଶୋଇବାରେ ଅସୁବିଧା ଅନୁଭବ କରିଥିଲେ ।

ଏହାକୁ ଜଣେ ଟ୍ଵିଟର ୟୁଜର @dapakiguy92 ତାଙ୍କ ମୋବାଇଲ୍‌ରେ ରେକର୍ଡ କରି ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ କରିଦେଇଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ତାଙ୍କର ଘୁଙ୍ଗୁଡ଼ିର ଶବ୍ଦ ବହୁ ଜୋରରେ ଶୁଣାଇ ଦେଉଥିବାର ଦେଖାଯାଇଛି । ଏହାକୁ ଶୁଣି ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ତେବେ ଭିଡିଓରେ ମୌଲବି କିଏ ଓ ଘଟଣା କେଉଁ ସ୍ଥାନର କୁହାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.