Below header

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଯୋଜନା ପଣ୍ଡ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଓବାଦୀଙ୍କ ଯୋଜନା ପଣ୍ଡ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ୯ ନମ୍ଭର ବିଏସଏଫ୍‌ ଯବାନ ମାଓ ସାମଗ୍ରୀ ଜବତ କରିଛନ୍ତି ।

ଯବାନମାନେ କଦଳିବାନ୍ଧା ଜଙ୍ଗଲରେ କମ୍ବିଂ ଅପରେସନ କରୁଥିବା ସମୟରେ ବିସ୍ଫୋରକ ଠାବ କରିଥିଲେ । ଜବତ ମାଓ ସାମଗ୍ରୀ ମଧ୍ୟରେ ୫ କେଜିର ଟିଫିନ ବୋମା, ଦୁଇଟି ପ୍ରେସର ଆଇଡି ବୋମା, ମାଓ ପୋଷାକ, ବ୍ୟାଟେରୀ, ତାର ଇତ୍ୟାଦି ରହିଛି । ଟିଫିନ ଓ ପ୍ରେସର ଆଇଡି ବୋମାକୁ ସୁରକ୍ଷିତ ଭାବେ ଡିଫ୍ୟୁଜ୍‌ କରିଛନ୍ତି ବିଏସଏଫ୍‌ ଯବାନ । ଏକ ବଡ ଧରଣର ଯୋଜନା କରିଥିଲେ ମାଓବାଦୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.