Below header

କୋଟିଆ ପରେ ଗଙ୍ଗାବାଡ ଉପରେ ଆନ୍ଧ୍ରର ଆଖି, ସେଠାରେ ମଧ୍ୟ କରାଉଛି ନିର୍ବାଚନ

ଗଜପତି: କୋଟିଆ ପରେ ଗଙ୍ଗାବାଡ ଉପରେ ଆନ୍ଧ୍ରର ଆଖି । କେବଳ କୋରାପୁଟର କୋଟିଆ ନୁହେଁ, ଗଜପତି ଜିଲ୍ଲାର ଗଙ୍ଗାବାଡରେ ମଧ୍ୟ ନିର୍ବାଚନ କରାଉଛନ୍ତି ଆନ୍ଧ୍ର ପ୍ରଦେଶ ସରକାର । କୋଟିଆ ଏବଂ ଗଙ୍ଗାବାଡର ଓଡ଼ିଆ ଲୋକ ଆନ୍ଧ୍ର ପ୍ରଦେଶର ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ହେଉଛନ୍ତି ।

ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା,ମାଦିଆଖୋଲ, ବୁରୁସିଂ, ଅମରିଙ୍ଗି ଓ ଗୁଡୁଖୁଡି ଗ୍ରାମରେ ଜମି ପଟ୍ଟା, ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ରେସନ କାଡ, ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟୁତ ସଂଯୋଗ କରିବା ପରେ ବର୍ତ୍ତମାନ ନିର୍ବାଚନରେ ପ୍ରାର୍ଥୀ ଦେବା ସହ ଲୋକଙ୍କୁ ଭୋଟ ଦେବାକୁ ରାଜି କରାଇଛି ଆନ୍ଧ୍ର । ଯାହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେପଟେ ଆନ୍ଧ୍ର ଏହି ଗାଁ ଗୁଡିକ ଶ୍ରୀକାକୁଲମ୍‌ର ସାବାକୋଟା ପଞ୍ଚାୟତର ବୋଲି ଭୋଟର କାର୍ଡରେ ଦର୍ଶାଯାଇଛି । ତେବେ ଏହାକୁ ବ୍ରେକ୍‌ ଦେବା ପାଇଁ ଗଜପତି ଜିଲ୍ଲା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଆନ୍ଧ୍ର ଆଖି ପକାଇଥିବା ଗାଁ ଗୁଡିକରେ ସ୍ୱତନ୍ତ୍ର ବୈଠକ ସହ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.