Below header

ପଶୁଙ୍କ ଉପରେ ଅତ୍ୟାଚାର କଲେ ଦେବାକୁ ହେବ ୭୫ ହଜାର ଟଙ୍କା ପର୍ଯ୍ୟନ୍ତର ଜୋରିମାନା, ୫ ବର୍ଷ ହୋଇପାରେ ଜେଲ ଦଣ୍ଡ

ଏଣିକି ପଶୁ ମାନଙ୍କ ଉପରେ ଅତ୍ୟାଚାର କଲେ କିମ୍ବା ହତ୍ୟାକଲେ ମୋଟା ଅଙ୍କର ଜୋରିମାନା ଭରିବାକୁ ପଡିବ । ୬୦ ବର୍ଷ ପୁରୁଣା “ପ୍ରିଭେନ୍ଶନ ଅଫ କୄଏଲଟି ଟୁ ଆନିମଲ ଆକ୍ଟ” ବା ପିସିଏରେ କିଛିଟା ସଂଶୋଧନ ଆଣିବାକୁ ସ୍ଥିର କରାଯାଇଛି । ଯାହା ଫଳରେ କୌଣସି ବ୍ୟକ୍ତି କିମ୍ବା ସଂଗଠନ ପଶୁ ମୃତ୍ୟୁ ପାଇଁ ଦାୟୀ ହେଲେ ତାଙ୍କୁ ୭୫ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ହେବ । ଏହାବାଦ ୫ ବର୍ଷ ପର୍ଯ୍ୟନ୍ତ ବି ଜେଲଦଣ୍ଡ ଭୋଗିବାକୁ ପଡିପାରେ । ନୂଆ ଆଇନ ଅନୁଯାୟୀ ପଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ତିନି ଶ୍ରେଣୀରେ ବିଭକ୍ତ କରାଯିବ । ସେଗୁଡିକ ମଧ୍ୟରେ ରହିଛି ସାମାନ୍ୟ ଆଘାତ, ବଡ ଧରଣର ଆଘାତ କିମ୍ବା ସ୍ଥାୟୀ ବିକଳଙ୍ଗତା ଆଉ ଅନ୍ୟଟି ହେଉଛି ପଶୁଙ୍କୁ ଜୀବନରୁ ମାରିଦେବା । ଏହି ଶ୍ରେଣୀରେ ଆସୁଥିବା ଅପରାଧ ପାଇଁ ୭୫୦ ଟଙ୍କାରୁ ଆରମ୍ଭ କରି ୭୫ ହଜାର ଟଙ୍କା ପର୍ଯ୍ୟନ୍ତର ଜୋରିମାନା ଲଗାଯିବ । ଅଥବା ୫ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ ।

cruelty to animals

image courtesy: amar ujala

ବର୍ତ୍ତମାନର ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ପଶୁଙ୍କୁ ମାରିଲେ , ଲାତ ମାରିଲେ, ନିର୍ଯ୍ୟାତନା ଦେଲେ , ଭୋକିଲା ରଖିଲେ , ଓଭର ଲୋଡିଂଗ କଲେ କିମ୍ବା ଅଧିକ ବାଟ ଚଳାଇଲେ ୧୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତର ଜୋରିମାନା ଭରିବା ବ୍ୟବସ୍ଥା ରହିଛି । ଯେଉଁଥିରେ କ୍ରୁରତା ଲିଷ୍ଟରେ ବିଭିନ୍ନ ପ୍ରକାର ଅପରାଧ କାର୍ଯ୍ୟକଳାପକୁ ସାମିଲ କରାଯାଇ ନାହିଁ । ଏହି ଅଧିନିୟମରେ ପଶୁଙ୍କୁ ମଣିଷଙ୍କ ବ୍ୟତୀତ ଅନ୍ୟ ଏକ ଜୀବିତ ପ୍ରାଣୀର ଆଖ୍ୟା ଦିଆଯାଇଛି । ଶୁକ୍ରବାର ରାଜ୍ୟସଭାରେ ଉଠିଥିବା ଏକ ପ୍ରଶ୍ନର ଲିଖିତ ଜବାବରେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତିକି, ପିସିଏ ୧୯୬୦ ରେ ଥିବା କାନୁନରେ ଅଧିକ ସଂଶୋଧନ ଅଣାଯିବାକୁ ସରକାର ମାନ୍ୟତା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.