Below header

ମନ୍ଦିରରେ ପୂଜାରୀ ଦେଉଥିବା ଠାକୁରଙ୍କ ଛଡ଼ାଫୁଲ କି ଫୁଲହାରକୁ ଏମିତି ରଖନ୍ତୁ ସମ୍ଭାଳି, ନଚେତ୍‌ ହେବେ ପାପର ଭାଗୀଦାର

ଆମ ସନାତନ ଧର୍ମରେ ପୂଜାପାଠ କରିବା ଏବଂ ମନ୍ଦିର ଯିବା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ କେବେ କେବେ ଆମ ଅଜାଣତରେ ହୋଇଯାଉଥିବା ଛୋଟ ଛୋଟ ଭୁଲ୍‌କୁ ନେଇ ମନ ଭିତରେ ଦ୍ୱନ୍ଦ୍ୱ ଲାଗିରହିଥାଏ। ଏହା ଭୁଲ୍‌ କି ଠିକ୍‌, ଆମେ ଜାଣିିପାରି ନ ଥାଉ। ଯେପରି, କୌଣସି ବ୍ୟକ୍ତି ଯେତେବେଳେ ମନ୍ଦିର ଯାଇଥାଏ, ତ ପୂଜାରୀ ତାଙ୍କୁ ଭାଗବାନଙ୍କଠାରେ ଲାଗି ହୋଇଥିବା ଫୁଲହାର କିମ୍ବା ଛଡ଼ାଫୁଲ ଆଣି ଦେଇଥାଆନ୍ତି। ମନ୍ଦିରରୁ ପ୍ରାପ୍ତ ହୋଇଥିବା ଏହି ଫୁଲକୁ ଆମେ ଘରକୁ ନେଇଆସିଥାଉ। କିନ୍ତୁ ଯେବେ ଏହା ଶୁଖିଯାଏ, ଏହାକୁ ନେଇ ବ୍ୟକ୍ତି ଦ୍ୱନ୍ଦ୍ୱରେ ପଡ଼ିଯାଏ। ତେବେ କୁହାଯାଏ କି, ମନ୍ଦିରରୁ ମିଳିଥିବା ଫୁଲର କୌଣସି ଭୁଲ୍‌ ଉପଯୋଗ ଦ୍ୱାରା ବ୍ୟକ୍ତି ପାପର ଭାଗୀଦାର ହୋଇଥାଏ। ଆସନ୍ତୁ ଜାଣିବା, ମନ୍ଦିରରୁ ମିଳିଥିବା ଠାକୁରଙ୍କ ଛଡ଼ାଫୁଲକୁ ନେଇ କ’ଣ କରିବା ଉଚିତ?

୧. ଘରେ କିଛିଦିନ ରଖିବା ପରେ ଯେତେବେଳେ ଏହି ଫୁଲ ଶୁଖିଯିବ, ଏହି ଫୁଲଗୁଡ଼ିକୁ କୌଣସି କପଡ଼ାରେ ବାନ୍ଧି ଘରର ଆଲମିରାରେ ରଖି ଦିଅନ୍ତୁ। ଏମିତି କରିବା ଦ୍ୱାରା ଫୁଲ ଏବଂ ଫୁଲହାରର ପଜିଟିଭ୍‌ ଏନର୍ଜି ଘରେ ମହଜୁଦ୍‌ ରହିଥାଏ।

୨. କେବେ କେବେ ଆମେ ଯେତେବେଳେ କୌଣସି ତୀର୍ଥସ୍ଥାନ କିମ୍ବା କୌଣସି ଦୂର ମନ୍ଦିରକୁ ଦର୍ଶନ ନିମନ୍ତେ ଯାଉ, ତ ସେଠି ପୂଜାରୀ ମଧ୍ୟ ଆମକୁ ଭଗବାନଙ୍କ ଚଢ଼ାଫୁଲ ଆଣି ଦେଇଥାଆନ୍ତି। ଏହାକୁ ନେଇ ବି ଆମେ ଦ୍ୱନ୍ଦ୍ୱରେ ପଡ଼ିଯାଉ କି, ଠାକୁରଙ୍କ ଫୁଲକୁ ନେଇ କ’ଣ କରାଯିବ? ଏଭଳ ସ୍ଥିତିରେ ଆପଣ ଏହି ଫୁଲକୁ ହାତରେ ରଖି ଶୁଙ୍ଘି ନେବା ଉଚିତ। ଶୁଙ୍ଘିବା ପରେ ଏହାକୁ କୌଣସି ଗଛ ତଳେ କିମ୍ବା ନଦୀରେ ଭସାଇ ଦେବା ଦରକାର। କୁହାଯାଏ, ଶୁଙ୍ଘିବା ଦ୍ୱାରା ଫୁଲର ପଜିଟିଭ୍‌ ଏନର୍ଜି ଶରୀର ଭିତରକୁ ଚାଲିଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.