ମୋଦିଙ୍କୁ ମନେପକାଇଲେ ବିୟର ଗ୍ରିଲ୍ସ, ଥ୍ରୋ-ବ୍ୟାକ୍‌ ଫଟୋ ସେୟାର କରି କହିଲେ ଏମିତି କଥା

ମୋଦିଙ୍କ ଫଟୋ ସେୟାର କଲେ ବିୟର ଗ୍ରିଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ରେ ଡିସ୍‌କଭରି ଚ୍ୟାନେଲର ପପୁଲାର ସିରିଜ୍‌ ‘ମେନ୍‌ ଭର୍ସେସ୍‌ ଓ୍ଵାଇଲ୍ଡ’ରେ ନଜର ଆସିଥିଲେ। ଏହି କାର୍ଯ୍ୟକ୍ରମକୁ ବିୟର ଗ୍ରିଲ୍ସ ହୋଷ୍ଟ କରିଥିଲେ। ଏବେ ଗ୍ରିଲ୍ସ ଏହାର ଏକ ଥ୍ରୋବ୍ୟାକ୍‌ ଫଟୋ ସେୟାର କରି ନିଜ ପ୍ରିୟ ଫଟୋ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି। ଫଟୋରେ ଗ୍ରିଲ୍ସ ଓ ମୋଦି ଏକାଠି ଚା’ ପିଉଥିବା ଦେଖିବାକୁ ମିଳିଛି। ଏହି ଏପିସୋଡ୍‌ର ସୁଟିଂ ବିଶ୍ୱ ପ୍ରସିଦ୍ଧ ଜିମ୍‌ କାର୍ବେଟ୍‌ ନ୍ୟାସନାଲ ପାର୍କରେ କରାଯାଇଥିଲା।

ଗ୍ରିଲ୍ସ ଟ୍ଵିଟ୍‌ କରି ଲେଖିଛନ୍ତି, ମୋ ପ୍ରିୟ ଫଟୋ ଭିତରୁ ଗୋଟିଏ। ଡିସ୍‌କଭରି ଜଙ୍ଗଲ ଆଡଭେଞ୍ଚର ବେଳେ ଓଦା ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ କପ୍‌ ଚା’ ପିଇବା। ଏହି ମୁହୂର୍ତ୍ତ ମୋତେ ମନେପକାଉଛି ଯେ ଜଙ୍ଗଲ ସମସ୍ତଙ୍କୁ ସମାନ କରିଦିଏ। ଆମେ ସମସ୍ତେ ପଦ ଓ ମାସ୍କ ପଛରେ ସମାନ।

ଏହି ସ୍ପେଶାଲ ଏପିସୋଡ୍‌ରେ ପିଏମ୍‌ ମୋଦି ଓ ଗ୍ରିଲ୍ସ ଜଙ୍ଗଲରେ ବର୍ଷା ଓ ଥଣ୍ଡାର ସାମ୍ନା କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ କାର୍ବୋଟ୍‌ରେ ବରଫ ଜମିଯାଇଥିବା ନଦୀ ପାର କରୁଥିବା ବେଳେ ଗ୍ରିଲ୍ସ ରାସ୍ତା କଢ଼ାଇ ନେଉଥିବା ନଜର ଆସିଥିଲା।

ପିଏମ୍‌ ମୋଦି ଶୋ’ର ପ୍ରିମିୟର ପୂର୍ବରୁ ଏକ ବୟାନରେ କହିଥିଲେ, ବର୍ଷ ବର୍ଷ ଧରି ମୁଁ ପ୍ରକୃତି ମଧ୍ୟରେ ପାହାଡ଼ ଓ ଜଙ୍ଗଲରେ ରହିଛି। ଏହି ବର୍ଷାର ମୋ ଜୀବନ ଉପରେ ସ୍ଥାୟୀ ପ୍ରଭାବ ରହିଛି। ଏଣୁ ଯେତେବେଳେ ମୋତେ ରାଜନୀତି ବାହାରେ କୌଣସି ପ୍ରକୃତି ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଭାଗ ନେବାକୁ କୁହାଯାଇଥିଲା, ତାହାକୁ ମୁଁ ସାଦରରେ ଗ୍ରହଣ କରିଥିଲି ଓ ଏଥିରେ ସାମିଲ ହୋଇଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.