ସନ୍ଧ୍ୟାବେଳ ଟିଫିନ୍‌ ପାଇଁ ଆଉ ଟେନ୍ସସନ୍‌ ନିଅନ୍ତୁନି, ୨ ମିନିଟ୍‌ରେ ତିଆରି କରନ୍ତୁ ମଗ୍‌ ଆମ୍‌ଲେଟ୍‌

ସନ୍ଧ୍ୟା ବେଳେ ଟିଫିନ୍‌ରେ ଲୋକମାନେ ଆମଲେଟ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ଦ୍ୱାରା ଶରୀରରେ ପ୍ରୋଟିନ୍‌ର ଅଭାବ ଦୂର ହୋଇଥାଏ। ଫଳରେ ଦିନ ସାରା ଏନର୍ଜେଟିକ୍‌ ଲାଗେ। ତେବେ ପ୍ୟାନ୍‌ରେ ତ ସମସ୍ତେ ଆମ୍‌ଲେଟ୍‌ ତିଆରି କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ମାଇକ୍ରୋ ୱେଭ୍‌ରେ ମାତ୍ର ୨ ମିନିଟ୍‌ରେ ତିଆରି ହେଉଥିବା ମଗ୍‌ ଆମଲେଟ୍‌ର ରେସିପି କହିବୁ। ଆସନ୍ତୁ ଜାଣିବା ଏହାକୁ ତିଆରି କରିବା ଉପାୟ…

ସାମଗ୍ରୀ:

ଅଣ୍ଡା-୧
ପନିର- ୨ କପ୍‌(ଗୁଣ୍ଡକଟା)
ଟମାଟୋ-୧ (ଗୁଣ୍ଡକଟା)
କ୍ୟାପ୍‌ସିକମ୍‌-୧ ବଡ଼ ଚାମଚ(ଗୁଣ୍ଡକଟା)
ପିଆଜ-୧ ବଡ଼ ଚାମଚ(ଗୁଣ୍ଡକଟା)
ରିଫାଇନ୍‌ ଅଏଲ-୧ ବଡ଼ ଚାମଚ
ଧନିଆ ପତ୍ର
ଲୁଣ ସ୍ୱାଦାନୁସାରେ
ଗୋଲମରିଚ ଗୁଣ୍ଡ ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମାଇକ୍ରୋ ୱେଭ୍‌ ସେଫ୍‌ ମଗ୍‌କୁ ଏକ ଛୋଟ ଚାମଚ ତେଲରେ ଗ୍ରୀସ୍‌ କରନ୍ତୁ। ଏବେ ଏଥିରେ ଅଣ୍ଡା ଭାଙ୍ଗନ୍ତୁ। ଏଥିରେ ପନିର, ଟମାଟୋ, କ୍ୟାପ୍‌ସିକମ୍‌, ପିଆଜ, ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ମଗ୍‌କୁ ୧ ମିନିଟ୍‌ ୩୦ ସେକେଣ୍ଡ ପାଇଁ ମାଇକ୍ରୋ ୱେଭ୍‌ରେ ରଖନ୍ତୁ। ଆମଲେଟ୍‌ ହୋଇଯିବା ପରେ ଏଥିରେ ଧନିଆ ପତ୍ରକୁ ସଜାଇ ସର୍ଭ କରନ୍ତୁ ମଗ୍‌ ଆମ୍‌ଲେଟ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.