Below header

କାହିଁକି ଜମିଛି ଓଡ଼ିଶା ପେଟ୍ରୋଲ ଟାଙ୍କିରେ ଆନ୍ଧ୍ର ଗ୍ରାହକଙ୍କ ଭିଡ ?

ଗଜପତି(କେନ୍ଯୁଜ୍) : ଓଡ଼ିଶାର ପେଟ୍ରୋଲ ଟାଙ୍କିରେ ଏବେ ଆନ୍ଧ୍ର ଗ୍ରାହକଙ୍କ ଭିଡ଼ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଆନ୍ଧ୍ର ଗ୍ରାହକଙ୍କ ଭିଡ଼ ପାରଳାଖେମୁଣ୍ଡିରେ ଜମୁଛି । କାରଣ ଆନ୍ଧ୍ରଠୁ ଓଡ଼ିଶାରେ ପେଟ୍ରୋଲ ଦର ପାଖାପାଖି ୪ଟଙ୍କା ଫରକ୍‌ । ଆନ୍ଧ୍ରରେ ପେଟ୍ରୋଲ ଦର ୮୪ ଟଙ୍କା ଟପିଥିବା ବେଳେ ଗଜପତିରେ ପେଟ୍ରୋଲ ଦାମ ରହିଛି ୭୯ ଟଙ୍କା ୯୦ ପଇସା । ତେଣୁ ସୀମା ପାର ହୋଇ ଗଜପତିର ବିଭିନ୍ନ ଟାଙ୍କିରୁ ପେଟ୍ରୋଲ ନେଉଛନ୍ତି ଖୁଚୁରା ବ୍ୟବସାୟୀ । ଆନ୍ଧ୍ରରେ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି । ଭଲ ଦୁଇ ପଇସା ବି କମାଉଛନ୍ତି । ଏକଥାକୁ ସ୍ୱୀକାର କରିଛନ୍ତି ପେଟ୍ରୋଲ ଟାଙ୍କିରେ କାମ କରୁଥିବା କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.