୧୦ମାସ ପରେ ଆଜିଠୁ ରାଜ୍ୟରେ ଖୋଲିଲା ଅଙ୍ଗନବାଡି କେନ୍ଦ୍ର, କରୋନା କଟକଣା ପାଳନ କରିବା ବାଧ୍ୟତାମୂଳକ

ଭୁବନେଶ୍ବର: ୧୦ମାସ ପରେ ଆଜିଠୁ ରାଜ୍ୟରେ ଖୋଲିଲା ଅଙ୍ଗନବାଡି । ଅଙ୍ଗନବାଡି କେନ୍ଦ୍ରରେ କରୋନା କଟକଣା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ ଭିତରେ ଅଙ୍ଗନବାଡି ଖୋଲିବା ମନା । ମାସରେ ୨୫ ଦିନ ସକାଳ ୯ଟାରୁ ୧୧ଟା ଯାଏଁ ୨ ଘଣ୍ଟା ଲେଖାଏଁ ଖୋଲିବ ଅଙ୍ଗନବାଡି କେନ୍ଦ୍ର ।

ଅଧିକ ପିଲା ଥିଲେ କେନ୍ଦ୍ରକୁ ସେମାନେ ଗ୍ରୁପରେ ଆସିବେ। ଆଜିଠାରୁ ଶନିବାର ପର୍ଯ୍ୟନ୍ତ ସାରଣୀ ଅନୁସାରେ ପିଲାଙ୍କୁ ସୁଷମ ଖାଦ୍ୟ ଦିଆଯିବ । କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ଥିବା ଅଙ୍ଗନବାଡି କେନ୍ଦ୍ରର ପିଲାଙ୍କ ଘରେ ଯୋଗାଇ ଦିଆଯିବ ଖାଦ୍ୟ । ସେହିଭଳି ଗର୍ଭବତୀ ମହିଳାଙ୍କ ଘରେ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯିବ । ଛୋଟ ପିଲାଙ୍କ ଅଭିଭାବକଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ଆସିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.